ବରଗଡ଼: ପଶ୍ଚିମ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ଆସନ୍ତା ସେପ୍ଟେମ୍ବର ୧୧ ତାରିଖ କୋଶଲ ମହାବନ୍ଦ ପାଳନ କରିବାକୁ ସ୍ଥିର ହୋଇଛି। ଏହା ସହିତ ୧୧ଟି ଜିଲ୍ଲାର କୋଶଲବାଦୀମାନେ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଅବସରରେ ଉତ୍ତରାଞ୍ଚଳ ରାଜସ୍ଵ କମିସନରଙ୍କ କାର୍ଯ୍ୟାଳୟ ଘେରାଉ କରିବେ। ଏ ନେଇ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘଠାରେ କୋଶଲ ସେନାର ଆବାହକତ୍ବରେ ବିଭିନ୍ନ କୋଶଲବାଦୀ ସଂଗଠନର ମିଳିତ ବୈଠକ ହୋଇଛି।
କୋଶଲ ରାଏଜ୍ ବିଚାର୍ ମଂଚ ନାମିତ ଏହି ବୈଠକକୁ କୋଶଲ ସେନାର ବୀରବଲ୍ ମହାକୁର ପରିଚାଳନା କରିଥିଲେ। ପବିତ୍ର ଦେହେରୀ, ସୁଭାଷ ପଧାନ, ଜନାର୍ଦ୍ଦନ ସିଂ, ସୁରେନ୍ଦ୍ର ପଣ୍ଡା, ବିରେନ୍ଦ୍ର ପାଣିଗ୍ରାହୀ, କିଶୋର ସାହୁ, ଅଜିତ ପତି, ସିପୁନ ଖମାରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆଗାମୀ ଦିନରେ କୋଶଲ ଆନ୍ଦୋଳନକୁ ପ୍ରଖର କରିବା ସକାଶେ ଦସ୍ତଖତ ଅଭିଯାନ, କୋଶଲ ମହାବନ୍ଦ ଓ ଦିଲ୍ଲୀରେ ସମାବେଶ କରିବାକୁ ମଧ୍ୟ ପ୍ରସ୍ତାବ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/kosal.jpg)