ମୁକ୍ତିଲାଭ କଲା କୋଶଲୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଜବାବ୍‌’

ବଲାଙ୍ଗୀର : ସାମାଜିକ ବ୍ୟବସ୍ଥାରେ ମହିଳାମାନଙ୍କୁ ଯେଉଁଭଳି ଦୃଷ୍ଟିରେ ଦେଖାଯାଉଥିଲା ତାହା ଦିନକୁ ଦିନ ପରିବର୍ତ୍ତନ ହେବାରେ ଲାଗିଛି। ନାରୀମାନେ ସ୍ୱୟଂସିଦ୍ଧା, ସେମାନଙ୍କୁ ପ୍ରୋତ୍ସାହିତ କଲେ ଠିକଣା ସମୟରେ ଉଚିତ୍ ଜବାବ ଦେଇ ପାରିବେ। ନାରୀମାନଙ୍କ ଆତ୍ମସୁରକ୍ଷା, ସାହସ ସମ୍ପର୍କିତ ଏକ ଭିନ୍ନ ଧରଣର କାହାଣୀକୁ ନେଇ ବଲାଙ୍ଗୀର ମାଟିର ମନ୍ ମହକନ୍ ଫିଲ୍ମ ପ୍ରଯୋଜନାରେ ରିଲିଜ୍ ହୋଇଛି କୋଶଲୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଜବାବ୍‌’।

ଏନେଇ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ କ୍ଷୁଦ୍ର ଚଳଚ୍ଚିତ୍ରର ଶୁଭ ଉନ୍ମୋଚନ କରାଯିବା ସହ ପ୍ରିମିୟର ସୋ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ଚଳଚ୍ଚିତ୍ର ପ୍ରଯୋଜକ ଡ. ଶ୍ରୀକର ମିଶ୍ର, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଗୀତିନାଟ୍ୟ କଳାକାର ତଥା ସଦର ବ୍ଲକ୍‌ ଅଧ୍ୟକ୍ଷ ଗୋଲାପ ବାଗ, ବରିଷ୍ଠ କଳାକାର ଲଳିତ ପୂଜାରୀ ଯୋଗଦେଇ ଆନୁଷ୍ଠାନିକ ଭାବେ ଫିଲ୍ମର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମଞ୍ଚାସୀନ ଅତିଥିମାନେ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଯେଉଁ ସଚେତନତା ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ତାହା ଦୁର୍ଲଭ। କଳାକାରମାନଙ୍କ ନିଖୁଣ ଅଭିନୟ ମନ୍ତ୍ରମୁଗ୍ଧ କରିଛି ବୋଲି ଅତିଥିଗଣ କହିଥିଲେ।

ଏକାଧାରାରେ କାହାଣୀ, ଚିତ୍ରନାଟ୍ୟ, ନିର୍ଦ୍ଦେଶନା ଓ ସମ୍ପାଦନା ଭାର ଆଶୁତୋଷ ମିଶ୍ର ନିର୍ବାହ କରିଛନ୍ତି। ଏହି ଫିଲ୍ମର ସଙ୍ଗୀତକୁ ଶରତ ଓ ମନୋଜ ସଜେଇଥିବା ବେଳେ କଣ୍ଠଦାନ କରିଛନ୍ତି ଅଲିସା ମିଶ୍ର। ଗୀତିକାର ଦେବେନ୍ଦ୍ର ବାରିକ ଗୀତ ଲେଖିଛନ୍ତି। ଆନନ୍ଦ ମେହେର ଫଟୋ ଉତ୍ତୋଳନ କରିଥିବା ବେଳେ କଳା ନିର୍ଦ୍ଦେଶକ ଭାବେ ଅମୀୟ ରଞ୍ଜନ ଦାୟିତ୍ୱ ନିର୍ବାହ କରିଛନ୍ତି। ପ୍ରଯୋଜନା ସଂସ୍ଥାର ଶୁଭ୍ରାଂଶୁ ସାହୁ, ସଂଜୀବ କୁମାର, ଜେପି ଜସ୍ମିତ, ରାହୁଲ ଦେବ ଓ ଥବିର କର୍ମୀ ରହିଥିଲେ। କାହାଣୀରେ ବିଭିନ୍ନ ଚରିତ୍ରମାନଙ୍କ ମଧ୍ୟରେ ବିଭୁ କଲ୍ୟାଣ ଗଡ଼ତ୍ୟା, ଶ୍ରଦ୍ଧା ମାହାଣା, ଅମୀୟ ରଂଜନ ଶବର, ଅନୁପ୍ରିୟା ମିଶ୍ର, ବୈଷ୍ଣବ କୁମ୍ଭାର, ବଡ଼ ତ୍ରିପାଠୀ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର