ରାଜସ୍ଥାନର କୋଟାରୁ ଫେରିବେ ଦେବଗଡ଼ ଜିଲ୍ଲାର ୮ ଛାତ୍ରଛାତ୍ରୀ

ଦେବଗଡ଼: ଲକ୍‌ଡାଉନ ଘୋଷଣା ପରେ ରାଜସ୍ଥାନର କୋଟାରେ ଫସି ରହିଥିବା ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ଫେରାଇ ଆଣିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ବସ ଯୋଗେ କୋଟାରୁ ଦେବଗଡ଼ ଜିଲ୍ଲାକୁ ଫେରିବେ । ଏହି ନିଷ୍ପତ୍ତି ନିଆଯିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଟା ପ୍ରଶାସନ ଏବଂ ଛାତ୍ରଛାତ୍ରୀମାନଙ୍କ ଅଭିଭାବକଙ୍କ ସହିତ ଯୋଗାଯୋଗ କରାଯାଇ ସେମାନଙ୍କୁ ଫେରାଇ ଆଣିବାପାଇଁ  ତ୍ୱରିତ୍ ପଦକ୍ଷେପ ଗ୍ରହଣ କରାଯାଇଛି । କୋଟାରୁ ଫେରିବା ଯାତାୟତ ଖର୍ଚ୍ଚ ଛାତ୍ରଛାତ୍ରୀଙ୍କ ଅଭିଭାବକ ବହନ କରୁଛନ୍ତି ।

ପ୍ରାପ୍ତ  ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲାର ୮ଜଣ ଛାତ୍ରଛାତ୍ରୀ ଗୋଟିଏ ବସରେ କେନ୍ଦୁଝର ଛାତ୍ରଛାତ୍ରୀମାନଙ୍କ ସହିତ ଫେରିବେ । ସେଠାରୁ ଫେରିଲା ପରେ ଛାତ୍ରଛାତ୍ରୀ ଏବଂ ତାଙ୍କ ପରିବାରବର୍ଗ ହୋମ କ୍ୱାରେଣ୍ଟାଇନରେ ରହିବେ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ଆଜି ସକାଳେ  ରାଜସ୍ଥାନର କୋଟା ଓ ମହାବୀର ନଗରରେ ଫସିଥିବା ରାଉରକେଲାର ୧୧୬ ଜଣ ଛାତ୍ରଛାତ୍ରୀ କୋଟାରୁ ବାହାରିଛନ୍ତି l

ସମ୍ବନ୍ଧିତ ଖବର