ଫନି ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ୫ କୋଟି ଦେଲା କୋଟାକ ମହିନ୍ଦ୍ରା ବ୍ୟାଙ୍କ

ଭୁବନେଶ୍ୱର: ଓଡ଼ିଶାରେ ଫନି ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ୫ କୋଟି ଟଙ୍କାର ସହାୟତା ପ୍ରଦାନ କରିଛି କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ । ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଆଜି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏକ ଚେକ ପ୍ରଦାନ କରିଛନ୍ତି ।
ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ କର୍ପୋରେଟ୍ ସାମାଜିକ ଦାୟିତ୍ୱ ଏଜେଣ୍ଡା ଅଂଶ ସ୍ୱରୂପ ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳରେ ଏକ କାର୍ୟ୍ୟକ୍ରମ କାର୍ୟ୍ୟକାରୀ କରାଯାଉଛି ଯେଉଁଥିରେ ବିପର୍ୟ୍ୟୟ ପରିଚାଳନା କାର୍ୟ୍ୟକ୍ରମ (ଯଥା ରିଲିଫ୍, ପୁନର୍ବାସ ଓ ପୁନଃ ନିର୍ମାଣ) କାର୍ୟ୍ୟକାରୀ କରାଯାଉଛି ।
ଗତ ମେ’ ୩ ତାରିଖରେ ଓଡ଼ିଶାରେ ହୋଇଥିବା ସାମୁଦ୍ରିକ ବାତ୍ୟା ଫନି ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଓଡ଼ିଶାର ଲୋକମାନଙ୍କ ପାଇଁ ବ୍ୟାଙ୍କ ପକ୍ଷରୁ ସିଏସ୍ଆର୍ କାର୍ୟ୍ୟକ୍ରମକୁ ଓଡ଼ିଶା ରାଜ୍ୟ ବିପର୍ୟ୍ୟୟ ପ୍ରଶମନ କର୍ତୃପକ୍ଷ (ଓସଡମା) ସହଯୋଗରେ କାର୍ୟ୍ୟକାରୀ କରାଯାଉଛି । ରାଜ୍ୟରେ ବାତ୍ୟା ଫନି ଦ୍ୱାରା ପ୍ରଭାବିତ ହୋଇଥିବା ଅଂଚଳରେ ସିଏସ୍ଆର୍ କାର୍ୟ୍ୟକ୍ରମକୁ କାର୍ୟ୍ୟକାରୀ କରିବା ପାଇଁ କୋଟାକ୍ ପକ୍ଷରୁ ଓସଡମାକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ସମ୍ବନ୍ଧିତ ଖବର