କୋରାପୁଟ : କୋଟିଆରେ ସରକାରୀ ଅଧିକାରୀ ରହୁନାହାନ୍ତି। ରହିବା ଦୂରର କଥା, କୋଟିଆକୁ ଯାଉ ବି ନାହାନ୍ତି। କିନ୍ତୁ ଯେଉଁମାନେ କୋଟିଆରେ ରହି ନିଜ କାମ କରୁଛନ୍ତି, ଏବେ ସେମାନଙ୍କ ମୁଣ୍ଡରେ ଦୋଷ ଲଦା ହୋଇଛି। କୋଟିଆର ବିକାଶ ଆଣ୍ଠେଇବା ପଛରେ ଏବେ ସେହି ସରକାରୀ କର୍ମଚାରୀଙ୍କୁ ଦାୟୀ କରାଯାଇଛି। ଗତକାଲି କୋରାପୁଟ ଜିଲ୍ଲା ପ୍ରଶାସନ କୋଟିଆରେ ଏକ ଜନ ସଂପର୍କ ଶିବିର ଆୟୋଜନ କରିଥିଲେ। ତେବେ ଏହି ଶିବିରରେ କେଁ ଭର୍ତ୍ତି କରି ଦେଇଥିଲେ ପଟାଙ୍ଗୀ ଏବିଡିଓ ସଦାଶିବ ଅଧିକାରୀ। ଭାଷଣ ଦେବା ସମୟରେ ସେ କହିଥିଲେ ଯେ, କୋଟିଆରେ ଓଡ଼ିଶା ସରକାର କିଛି କରିନି ବୋଲି ଯେଉଁ ଅଭିଯୋଗ ହେଉଛି ତାହା ଡାହା ମିଛ। ତେବେ ଏହି ଅଂଚଳରେ କାମ କରୁଥିବା ଶିକ୍ଷକ, ଅଙ୍ଗନବାଡି କର୍ମୀ ଓ ଆଶା ଦିଦିମାନେ ଠିକ ଭାବେ କାମ କରୁ ନାହାନ୍ତି। ଏହି କର୍ମଚାରୀମାନେ ସଚେତନ ହେଲେ ସବୁ କିଛି ସମାଧାନ ହୋଇ ପାରିବ ବୋଲି ସେ କହିଥିଲେ। ଫଳରେ ସେଠାରେ ଉପସ୍ଥିତ ଅଙ୍ଗନବାଡି କର୍ମୀ ଓ ଆଶା ଦିଦିମାନେ ଏବିଡିଓଙ୍କ ମନ୍ତବ୍ୟକୁ ବିରୋଧ କରିଥିଲେ। ସେମାନେ ସଭା ସ୍ଥଳ ପାଖକୁ ଯାଇ ମଧ୍ୟ ପାଟି ତୁଣ୍ଡ କରିଥିଲେ। ଏପଟେ ଅଙ୍ଗନବାଡି କର୍ମୀମାନେ କୋଟିଆରେ କାର୍ଯ୍ୟରତ ଡାକ୍ତର ତାପସ କୁମାର ପଣ୍ଡାଙ୍କୁ ସେମାନଙ୍କ ଅସନ୍ତୋଷ ଜଣାଇଥିଲେ।
କୋଟିଆରେ ଅଙ୍ଗନବାଡ଼ି କର୍ମୀଙ୍କ ଅସନ୍ତୋଷ
/sambad/media/post_attachments/wp-content/uploads/2018/02/kotia-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)