ଭୁବନେଶ୍ବର : କୋଟିଆରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ କରାଯାଇଛି। ଏହାକୁ ନିନ୍ଦା କରିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ତେବେ ଏଥିପାଇଁ ଓଡ଼ିଶାରେ ପ୍ରଶାସନିକ ସ୍ତରରେ ଅବହେଳାକୁ ସେ ଦାୟୀ କରିଛନ୍ତି। ଆଜି ଏସଂପର୍କରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଶାସନିକ ସ୍ତରରେ ନିଶ୍ଚିତ ଅବହେଳା ହୋଇଛି। ଏହାକୁ ଅସ୍ବୀକାର କରି ହେବ ନାହିଁ। ତଳ ସ୍ତରରେ କର୍ମଚାରୀ ଭାଇମାନେ ଆଗରୁ ଟିକେ ତତ୍ପର ହୋଇଥିଲେ ଏହି ସମସ୍ୟାର ସାମାଧାନ ହୋଇପାରିଥାନ୍ତା। କିନ୍ତୁ ସେପରି ହୋଇନାହିଁ। ବିଳମ୍ବରେ ହେଲେ ମଧ୍ୟ ସରକାର ଲଢ଼େଇ କରିବାକୁ ବାହାରିଛନ୍ତି। ନିଶ୍ଚିତ କିଛି ହେବ। ତେବେ ରାଜ୍ୟ-ରାଜ୍ୟ ମଧ୍ୟରେ ସୀମା ବିବାଦ ନୂଆ ନୁହେଁ, ଏହା ବହୁ ଦିନର। ଅଧିକାଂଶ ରାଜ୍ୟର ପଡ଼ୋଶୀ ରାଜ୍ୟ ସହିତ ସୀମା ବିବାଦ ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
କୋଟିଆରେ ପ୍ରଶାସନିକ ସ୍ତରରେ ଅବହେଳା ହୋଇଛି: ସୌମ୍ୟରଞ୍ଜନ
/sambad/media/post_attachments/wp-content/uploads/2019/06/soumya-ranjan-patnaik-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)