କୋରାପୁଟ: ଆନ୍ଧ୍ର ଦଲାଲଙ୍କ ଲୁଲୁପ ଦୃଷ୍ଟିରେ ଆଉ ଏକ କୋଟିଆ। କୋଟିଆ ବିବାଦକୁ ନେଇ ରାଜ୍ୟ ସରକାର ଓ କୋରାପୁଟ ଜିଲ୍ଲା ପ୍ରଶାସନ ନାକେ ଦମ୍ ହେଉଥିବା କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ତଳ ଗୋଲ୍ଲୁର ପଞ୍ଚାୟତ ଅନ୍ତର୍ଗତର ଆଉ ଏକ ଗାଁ ଆଜି ଆନ୍ଧ୍ରରେ ମିଶିବାକୁ ଧମକ ଦେଇଛନ୍ତି। ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବାରୁ ଦରମପାଡୁ ଗାଁର ୨୦ଟି ପରିବାର ଗାଁ ଛାଡି ଅନ୍ୟ ମିଶିବାକୁ ମନ କରିଛନ୍ତି। ତେବେ ଆରକୁ ଭ୍ୟାଲିକୁ ଏହି ଗାଁ ଲାଗିଥିବାରୁ ଏହାକୁ ଓଡ଼ିଶାରୁ ଛଡାଇ ଆନ୍ଧ୍ର ନେଇଯିବାକୁ ବିଛାଇଛି ଜାଲ। ସେମାନେ ଅଭିଯୋଗ କରିଛନ୍ତିଯେଓଡ଼ିଶା ସରକାରଙ୍କ ପକ୍ଷରୁ ପଟାଙ୍ଗି ପ୍ରଶାସନ କି କୋରାପୁଟ ପ୍ରଶାସନ ଆଡ ଆଖିରେ ଦେଖିନି ନ ଥିବାବେଳେ ଏହି ଗାଁକୁ ନା ଅଛି ପାନୀୟ ଜଳ, ନା ଅଛି ରାସ୍ତା ନା ଅଛି ରହିବାକୁ ଖଣ୍ଡେ ପକ୍କା ଘର।
/sambad/media/post_attachments/wp-content/uploads/2022/05/IMG-20220508-WA0029-1024x576.jpg)
ଏହି ଗାଁରେ ୨୦ଟି ପରିବାର ରହୁଥିବାବେଳେ ଗାଁକୁ ଏବେ ଯାଏଁ ରାସ୍ତା ଘାଟ ନାହିଁ। ଏହି ଲୋକମାନଙ୍କୁ ଭୋଟର କାର୍ଡରେ ଯୋଗ କରାଯାଇଥିଲେ ମଧ୍ୟ ଏହିଠାରେ କୌଣସି ସରକାରୀ ସୁବିଧା ମିଳିପାରୁ ନାହିଁ। ଗତକାଲି ରାତିରେ ଏହି ଗାଁରେ ବୈଠକ ବସିଥିବାବେଳେ ଆରକୁ ଜିଲ୍ଲାପାଳଙ୍କୁ ଭେଟି ମୌଳିକ ସୁବିଧା ଯୋଗାଇ ଦେବାକୁ କାଳେ ଅଭିଯୋଗ ପତ୍ର ଦେବେ। ଏହି ଗାଁ ଲୋକେଙ୍କୁ ସେଠାକାର କିଛି ଆନ୍ଧ୍ର ଦାଲାଲ ଆରକୁ ନେବାକୁ ବନ୍ଦବୋସ୍ତ କରିଥିବା ଜଣାପଡିଛି। ତେବେ ସରପଞ୍ଚ ବଳଦାବାଇ ନିଲାମ ଓ ସମିତି ସଭ୍ୟ ରାମ ମାରି ଲୋକଙ୍କୁ ବୁଝାସୁଝା କରୁଥିବା ଜଣା ପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/IMG-20220508-WA0026.jpg)