କୋରାପୁଟ/ପଟାଙ୍ଗି: ଗଣତନ୍ତ୍ର ଦିବସ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କୋଟିଆ ଗସ୍ତରେ ଯାଇ ଆନ୍ଧ୍ରକୁ କଡ଼ା ଜବାବ ଦେଇଥିଲେ। ଏହାକୁ ବିରୋଧ କରି ମଙ୍ଗଳବାର ଆନ୍ଧ୍ରର ଜନସେବା ଦଳ କୋଟିଆ ପଞ୍ଚାୟତର ଉପରସେମ୍ବି ଗ୍ରାମରେ ବୈଠକ କରିଛି। ସେଠାରେ ୧୨ ଖଣ୍ଡ ଗାଁର ମୁଖିଆ ଓ ଲୋକ ସାମିଲ ହୋଇଥିଲେ। ଏହି ଅବସରରେ ଜନସେବା ଦଳ ବିବାଦୀୟ ଗାଁକୁ ନିଜର ବୋଲି ଦାବି କରିଛି। 

Advertisment

22 carat gold 1 lakh 53 thousand: ରୁପା କେଜି ~୪ ଲକ୍ଷ: ୨୨ କ୍ୟାରେଟ୍‌ ସୁନା ଲକ୍ଷେ ୫୩ ହଜାର

ଜ‌ନସେବା ଦଳ କହିଛି, ସୀମାନ୍ତର ୧୨ ଖଣ୍ଡ ଗ୍ରାମବାସୀ ଆନ୍ଧ୍ର ସହିତ ରହିଛନ୍ତି। ସୀମା ବିବାଦ ନ୍ୟାୟାଳୟରେ ବିଚାରାଧୀନ ରହିଥିଲେ ହେଁ ଓଡ଼ିଶାର ପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ଜନପ୍ରତିନିଧି କାହିଁକି ଅନୁପ୍ରବେଶ କରି ସୀମାନ୍ତ ଗ୍ରାମବାସୀଙ୍କୁ ଭ୍ରମିତ କରୁଛନ୍ତି? ଓଡ଼ିଶାର ଏପରି କାର୍ଯ୍ୟକୁ ଗ୍ରାମବାସୀ ପସନ୍ଦ କରୁନାହାନ୍ତି। ଓଡ଼ିଶା ପ୍ରଶାସନ ବାରମ୍ବାର ହସ୍ତକ୍ଷେପ କରୁଥିବାରୁ ଏ ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କଠାରେ ଦାବି କରାଯିବ। ସେମାନେ ଆହୁରି କହିଛନ୍ତି, କୋଟିଆ ପଞ୍ଚାୟତର ୨୧ଟି ଆଦିବାସୀ ଗ୍ରାମର ଲୋକ ଗତ ୬୦ ବର୍ଷ ଧରି ଆନ୍ଧ୍ର-ଓଡ଼ିଶା ବିବାଦରେ ଫସି ରହିଛନ୍ତି। ଉଭୟ ରାଜ୍ୟ ବିବାଦୀୟ ଗାଁକୁ ନିଜର ଦାବି କରୁଛନ୍ତି। ଏପରିସ୍ଥଳେ ଗ୍ରାମବାସୀ କାହାର ହେବେ ତାହା ନିର୍ଣ୍ଣୟ ହୋଇପାରୁନି। ଏହି ସମସ୍ୟାର ସମାଧାନ ପାଇଁ ଦୁଇ ରାଜ୍ୟର ଇଚ୍ଛାଶକ୍ତି ନାହିଁ।

ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତଥାପି ଓଡ଼ିଶା ଅଧିକାରୀ ଆକ୍ରମଣାତ୍ମକ ପ୍ରଦର୍ଶନ କରୁଛନ୍ତି ଏବଂ ପ୍ରାୟତଃ ଆନ୍ଧ୍ରର ଅଧିକାରୀଙ୍କୁ ବାଧା ଦେଉଛନ୍ତି। ବିବାଦୀୟ ଗ୍ରାମଗୁଡ଼ିକ ଆନ୍ଧ୍ର ସହିତ ରହିବା ପାଇଁ ଜଣାଇଛନ୍ତି। ହେଲେ ଆନ୍ଧ୍ର ସରକାରଙ୍କ ଆଭିମୁଖ୍ୟରେ ବି କୌଣସି ପରିବର୍ତ୍ତନ ହେଉନାହିଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବା ପରେ ଫଳାଫଳ ନିଷ୍ଫଳ ରହିଲା। ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ମେଣ୍ଟ ସରକାର ରହିଛି। ସେହିପରି କେନ୍ଦ୍ର ଓ ଓଡ଼ିଶାରେ ବିଜେପି କ୍ଷମତାରେ ଥିବାରୁ କୋଟିଆ ସମସ୍ୟାର ସହଜ ସମାଧାନ ହେବା କଥା। ତେଣୁ ମେଣ୍ଟ ନେତାମାନେ ଏଥି ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛି ଆନ୍ଧ୍ର ଜନସେବା ଦଳ। ଆଦିବାସୀମାନେ ବିଦ୍ୟୁତ୍‌ ସବଷ୍ଟେସନ୍‌ ନିର୍ମାଣକୁ ବିରୋଧ କରୁଥିବାରୁ ଆନ୍ଧ୍ରର ମେଣ୍ଟ ସରକାର ଓଡ଼ିଶା ସରକାରଙ୍କ ସହିତ କଥା ହେବା ଉଚିତ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।

odisha: ୮ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ଡାକରା: ଆଂଶିକ ପ୍ରଭାବ ପକାଇଲା

ସୂଚନାଯୋଗ୍ୟ, କୋଟିଆର ୩୦ ଖଣ୍ଡ ଗାଁକୁ ବିଦ୍ୟୁତ୍‌ ଯୋଗାଇବା ପାଇଁ ଉପରସେମ୍ବିରେ ଓଡ଼ିଶା ବିଦ୍ୟୁତ୍‌ ବିଭାଗ ସବ୍‌ଷ୍ଟେସନ୍‌ ନିର୍ମାଣ ଯୋଜନା କରିଛି। ଯାହାର ଶିଳାନ୍ୟାସ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ‌ଯୋଗ ଦେବା ପୂର୍ବରୁ ଆନ୍ଧ୍ରର ପ୍ରରୋଚନାରେ ଟେଣ୍ଟ ଭାଙ୍ଗି ଦେଇଥିଲେ ସ୍ଥାନୀୟ ଅଞ୍ଚଳବାସୀ।