କୋଟିଆ ପ୍ରସଙ୍ଗ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

ଭୁବନେଶ୍ବର: କୋଟିଆ ପ୍ରସଙ୍ଗ ନେଇ ଭାରତୀୟ ବିକାଶ ପରିଷଦ ଜନସ୍ୱାର୍ଥ ମାମଲା ରୁଜୁ କରିଛି। ଏଥିରେ ଦର୍ଶାଯାଇଛି ଯେ ରାଜ୍ୟର ତିନିଗୋଟି ଜିଲ୍ଲା ଯାଥା ଗଞ୍ଜାମ, କୋରାପୁଟ ଓ ଗଜପତିର ମୋଟ ୫୮ ଗୋଟି ଗ୍ରାମରେ ଆନ୍ଧ୍ର ସରକାର ହସ୍ତକ୍ଷେପ କରିବାକୁ ଉଦ୍ୟମ କରୁଛନ୍ତି।

ଆନ୍ଧ୍ର ସରକାର ତରଫରୁ ଓଡ଼ିଶା ସୀମା ଭିତରେ ଥିବା ଅଞ୍ଚଳରେ ଗ୍ରାମ ପଞ୍ଚାୟତ ନିର୍ବାଚନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେଇଯାଇଛି। ରାଜ୍ୟ ପ୍ରଶାସନର ଅବହେଳା ହେତୁ ଏପରି ସ୍ଥିତି ସୃଷ୍ଟି ହୋଇଛି। ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କୁ ପ୍ରାର୍ଥନା କରାଯାଇଛି ଯେ ତୁରନ୍ତ ସୀମାନ୍ତ ଗ୍ରାମଗୁଡିକରେ ଯେପରି ନିର୍ବାଚନ ପରିଚାଳନା କରାଯାଇପାରିବ ନାହିଁ ସେଥିପାଇଁ ନିର୍ଦ୍ଦେଶ ଦିଆ ଯାଉ।
ଉକ୍ତ ଅଞ୍ଚଳର ସର୍ବାଙ୍ଗୀନ ବିକାଶ କରାଯାଉ, ସମସ୍ତ ସରକାରୀ ସାହାଯ୍ୟ ପ୍ରଦାନ କରାଯାଉ। ପ୍ରମୁଖ ଶାସନ୍ ସଚିବ ଗୃହ ବିଭାଗ, ପ୍ରମୁଖ ଶାସନ ସଚିବ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଜିଲ୍ଲାପାଳ,ଗଞ୍ଜାମ୍, ଗଜପତି ଓ କୋରାପୁଟଙ୍କୁ ପକ୍ଷଭକ୍ତ କରି ମାମାଲା ରୁଜୁ କରାଯାଇଛି ।

ସମ୍ବନ୍ଧିତ ଖବର