ଭୁବନେଶ୍ୱର : କେରଳର କୋଟାୟମ୍ ମ୍ୟୁନିସପାଲିଟି ହେଉଛି ଦେଶର ପ୍ରଥମ ସାକ୍ଷର ସହର । ୩୦ ବର୍ଷ ପୂର୍ବେ ତତ୍କାଳୀନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହ ଏହାକୁ ସାକ୍ଷର ମ୍ୟୁନିସପାଲିଟି ଘୋଷଣା କରିଥିଲେ। ୧୯୮୯ରେ ଏହି ସହରକୁ ସମ୍ପୂର୍ଣ୍ଣ ସାକ୍ଷର କରିବା ଲାଗି ଭାରତ ସରକାରଙ୍କ ତତ୍କାଳୀନ ଏନଏସଏସ କାର୍ଯ୍ୟକ୍ରମ ଉପଦେଷ୍ଟା ଡ. ଭଗବାନପ୍ରକାଶଙ୍କ ପ୍ରେରଣା ଓ ପ୍ରତ୍ୟକ୍ଷ ସହଯୋଗ ରହିଥିଲା। ଏବେ କୋଟାୟାମକୁ ଦେଶର ପ୍ରଥମ କମ୍ପ୍ୟୁଟର ସାକ୍ଷର ସହରରେ ପରିଣତ କରିବା ଲାଗି ଅଭିଯାନ ଆରମ୍ଭ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ ଯେ, ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଥୋମାସ୍ ଆବ୍ରାହମ୍ଙ୍କ ଅନୁରୋଧକ୍ରମେ ଏହି କାର୍ଯ୍ୟକୁ ଡ. ଭଗବାନପ୍ରକାଶ ସହାୟତା ଯୋଗାଇ ଦେଇଥିଲେ। ଏଥିପାଇଁ ସେ ୧,୬୮,୦୦୦ ଟଙ୍କା ମଞ୍ଜୁର କରିବା ସହିତ ମ୍ୟୁନିସପାଲିଟିର ୩୨ଟି ଓ୍ଵାର୍ଡରେ କାର୍ଯ୍ୟକରିବା ଲାଗି ୩୨ଜଣ ଜାତୀୟ ସେବା ସ୍ୱେଚ୍ଛାସେବୀଙ୍କୁ ପଠାଇବା ବନ୍ଦୋବସ୍ତ କରିଥିଲେ। ତେବେ ଏଥିପାଇଁ ପ୍ରଫେସର ଥୋମାସ୍ ଡ. ଭଗବାନପ୍ରକାଶଙ୍କୁ ଏକ ପତ୍ର ଲେଖି କୃତଜ୍ଞତା ଜଣାଇଛନ୍ତି। ଏହାର ସବୁ ଶ୍ରେୟ ଡ. ଭଗବାନପ୍ରକାଶଙ୍କର ବୋଲି ସେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।