ରାଜ୍ୟରେ ଚିହ୍ନଟ ମୋଟ ୮୭୬ କରୋନା ପଜିଟିଭଙ୍କ ଭିତରୁ ଜାଣନ୍ତୁ, କେଉଁ ଜିଲ୍ଲାରେ ଅଛନ୍ତି କେତେ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୪୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଯାଜପୁର ଜିଲ୍ଲାରୁ ସର୍ବାଧିକ ୧୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଖୋର୍ଦ୍ଧାରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ୧୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି ବଲାଙ୍ଗୀର ଜିଲ୍ଲାରେ ଓ କନ୍ଧମାଳ ଜିଲ୍ଲାରେ ୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ବୌଦ୍ଧ ଓ କଟକ ଜିଲ୍ଲାରୁ ଜଣେ, କେନ୍ଦ୍ରାପଡ଼ାରୁ ୩ଜଣ ପୁରୀରୁ ୪ଜଣ, ନୟାଗଡ଼ ଜିଲ୍ଲାରୁ ୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ୨୩ଟି ଜିଲ୍ଲାକୁ ଛୁଇଁଛି କରୋନା।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଅଛନ୍ତି କେତେ ଆକ୍ରାନ୍ତ।
ଏବେ ଗଞ୍ଜାମ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୭ରେ ପହଞ୍ଚିଛି । ଏହି ସଂଖ୍ୟା ଯାଜପୁର ଜିଲ୍ଲାରେ ଦ୍ୱିତୀୟ ସର୍ବାଧିକ ୧୩୭, ବାଲେଶ୍ୱର ଜିଲ୍ଲାରେ ୧୧୯, ଖୋର୍ଦ୍ଧା ଜିଲ୍ଲାରେ ୬୦, ଭଦ୍ରକ ଜିଲ୍ଲାରେ ୭୪, କେନ୍ଦ୍ରାପଡ଼ା ଜିଲ୍ଲାରେ ୩୦, ଓ ସୁନ୍ଦରଗଡ଼ ଜିଲ୍ଲାରେ ୨୭, ପୁରୀ ଜିଲ୍ଲାରେ ୨୯, ଅନୁଗୁଳ ଜିଲ୍ଲାରେ ୧୫, ମୟୂରଭଞ୍ଜ ଜିଲ୍ଲାରେ ୧୧ , କେନ୍ଦୁଝର ଜିଲ୍ଲାରେ ୮, କଟକ ଜିଲ୍ଲାରେ ୨୩, ବଲାଙ୍ଗୀର ଜିଲ୍ଲାରେ ୬, ନୟାଗଡ଼ ଜିଲ୍ଲାରେ ୯ ଜଣ, ଜଗତସିଂହପୁର ଜିଲ୍ଲାରେ ୫ ଜଣ, ବୌଦ୍ଧ ଜିଲ୍ଲାରେ ୫, କନ୍ଧମାଳ, ଦେବଗଡ଼, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରେ ୨ରେ ପହଞ୍ଚିଛି । ଏତଦ ବ୍ୟତୀତ ସମ୍ବଲପୁର, କୋରାପୁଟ ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର