ଜୟପୁର: ମାଦଳା ସାହିସ୍ଥ ଗୀତାଞ୍ଜଳି ମଣ୍ଡପ ପରିସରରେ ଜୟପୁର ସ୍ୱର ଘୁଙ୍ଗୁର ଅନୁଷ୍ଠାନ  ପକ୍ଷରୁ ଭାରତର ବିଖ୍ୟାତ ଗାୟକ ସ୍ବର୍ଗତ କିଶୋର କୁମାରଙ୍କ ୯୪ ତମ ଜନ୍ମ ଦିବସ ଉପଲକ୍ଷେ କିଶୋରଜୀଙ୍କ  ଚିର ଅମର ଗୀତ ଗୁଡିକୁ ନେଇ ସ୍ୱତନ୍ତ୍ର ସଂଗୀତ ବିଚିତ୍ରା ‘‘କ୍ରେଜି ଫୋର କିଶୋର’’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟିକୁ ଗତ ଚାରି ଦିନ ତଳେ ପରଲୋକ ପ୍ରାପ୍ତ ହୋଇଥିବା ବିଶିଷ୍ଠ କଳାକାର ସ୍ବର୍ଗତ ସୋମନାଥ କେଲାଡି ଙ୍କୁ ସମର୍ପିତ କରାଯାଇଥିଲା।

Advertisment

କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିନୋଦିନୀ ସାନ୍ତ୍ରାପାତ୍ର, ବିଜୟ କୁମାର ସାମନ୍ତରାୟ, ହିମାଂଶୁ ମହାପାତ୍ର, ଜି. ଶ୍ରୀନିବାସ ପଟନାୟକ, ଦୁର୍ଗା ଶଙ୍କର ସାହୁ, ବିଷ୍ଣୁ  ପ୍ରସାଦ ପାତ୍ର ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଏହାପରେ ସ୍ବର୍ଗତ ସୋମନାଥ କେଲାଡି ଙ୍କ ଜୀବନୀ ଉଦଘୋଷାକ ରଘୁନାଥ ବିଶ୍ୱାଳ ପାଠ କରିଥିଲେ।  ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ଏବଂ ତାଙ୍କୁ ସମର୍ପିତ କରି ରାହୁଲ ଦେବ ସାମନ୍ତରାୟ ସେକ୍ସାଫୋନ ରେ ‘‘ଓ ସାଥୀରେ ତେରେ ବିନା କ୍ୟା ଜିନା’’ ବଜେଇଥିଲେ। ଏହାପରେ ‘‘କୋରା କାଗଜ ଥା ୟେ ଦିଲ ମେରା’’ ର ଯୁଗଳ ବନ୍ଦୀ ଧୁନକୁ ବଂଶୀରେ  ଧୀରେନ ମୋହନ ପଟନାୟକ ଏବଂ ଏବଂ ସେକ୍ସାଫୋନରେ ରାହୁଲ ବଜାଇ ସଂଗୀତ ବିଚିତ୍ରାକୁ ଆରମ୍ଭ କରିଥିଲେ।

publive-image

ଏଥିରେ ଗାୟକ ପଦ୍ମନ ଗୌଡ଼, ଅଭୟ ମିଶ୍ର, ସେଣ୍ଟ ଜାଭିୟାର ଗ୍ରୁପ ଅଫ ସ୍କୁଲସ ର ମୁଖ୍ୟ ଜି.ଶ୍ରୀନିବାସ ପଟ୍ଟନାୟକ,ଦିବାକର ପଟନାୟକ, ଲିପ୍ସା ନାୟକ, ଅସ୍ମିତା ଷଡ଼ଙ୍ଗୀ, ପ୍ରଜ୍ଞା ପ୍ରିୟଦର୍ଶନୀ ପଣ୍ଡା, ସଂଗୀତା ପାଢ଼ୀ, ପ୍ରଭାକର ପଟନାୟକ, ଏମ. ସତ୍ୟମ, କୁରବାନ ଅଲ୍ଲୀ, ନିହାର ପଟନାୟକ ପ୍ରମୁଖ କଣ୍ଠଶିଳ୍ପୀ ମାନେ କିଶୋର କୁମାର ଗାଇଥିବା ଅନେକ ଗୀତ ରୁ ‘‘ଦିଲ ଐସା କିସିନେ ମେରା ତୋଡ଼ା’’, ‘‘ଜିନ୍ଦେଗି ଏକ ସଫର, ହେ ସୁହାନା’’, ‘‘ ଓ ମେରେ ଦିଲ କି ଚେନ’’, ‘‘ହାମେଁ ତୁମସେ ପ୍ୟାର କିତନା’’, ‘‘ସାରା ଜମାନା ହସିନୋ କା ଦିୱାନା’’, ‘‘ଅବ କେ ସାବନ ମେ ଦିଲ ଡରେ’’, ‘‘ପ୍ୟାର ମେ ଦିଲ ପେ ମାରଦି ଗୋଲି’’, ‘‘ହାଲ କ୍ୟା ହେ ଦିଲୋ କା’’, ‘‘ମଞ୍ଜିଲେ ଅପନି ଜାଗା ହେ’’, ‘‘ ଜାନୁ ମେରୀ ଜାନ’’ ଭଳି ଅନେକ ଗୀତ ଗାଇ ଉପସ୍ଥିତ ଦର୍ଶକ, କଳାକାର ଏବଂ ବୁଦ୍ଧିଜୀବୀଙ୍କୁ ଭରପୁର ଆନନ୍ଦ ଦେଇଥିଲେ।

ଏଥିରେ ଯନ୍ତ୍ର ଶିଳ୍ପୀ ଭାବରେ ମହେଶ୍ୱର ନାୟକ, ପଞ୍ଚମ ସାମନ୍ତରାୟ, ସୁକୁମନ ଶଗଡିଆ, ଉମେଶ ପାଣିଗ୍ରାହୀ, କୁଞ୍ଜ ସିଂହ, ଝୁଲୁ ମିଶ୍ର, ଭରତ ପୂଜାରୀ, ପିୟୁଷ ପଟନାୟକ, ତୁଷାର ବେହେରା, ଆଶିଷ ପଟନାୟକ ସହାୟତା କରିଥିଲେ।   ଧିରେନ ପଟନାୟକ  ଏବଂ ବାଦଲ ସାନ୍ତ୍ରାପାତ୍ର ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ସୁଶ୍ରୀ ସଂଗୀତା ଗୀତ ଗାଇବା ସହ ଉଦଘୋଷିକାର ଦାୟିତ୍ୱ ନିଭାଇଥିଲେ। ଏଭଳି କାର୍ଯ୍ୟକ୍ରମ ସବୁ ବେଳେ ସ୍ୱର ଘୁଙ୍ଗୁର ଆୟୋଜନ କରୁଥିବାରୁ ଉପସ୍ଥିତ ଦର୍ଶକ ଭୁରି ଭୁରି ପ୍ରଶଂସା କରୁଥିଲେ।