ପୁରୀ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ସୋମବାର ଦିନ ମୁଖ୍ୟ ପ୍ରଶାସକ କାର୍ଯ୍ୟରୁ ଅବ୍ୟାହତି ନେଇଛନ୍ତି। ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ଉପସ୍ଥିତିରେ ନିଜ କାର୍ଯ୍ୟରୁ ଅବ୍ୟାହତି ନେଇଛନ୍ତି। ଏଥିସହିତ, ଭାବବିହ୍ବଳ ପରିବେଶ ଭିତରେ ସେ ବିଦାୟ ନେଇଛନ୍ତି। ଆଜି ସକାଳ ପ୍ରାୟ ୬ଟାରେ ଡ. କୁମାର ପୁରୀଠାରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ପରେ ଶ୍ରୀମନ୍ଦିର ପରିସରରେ ସେବାୟତଙ୍କ ସହ ଭାବପୂର୍ଣ୍ଣ ଆଲୋଚନା କରିଥିଲେ। ଯେହେତୁ ମହାପ୍ରଭୁଙ୍କ ସେବା କରିବାର ସୌଭାଗ୍ୟ ମିଳିଥିଲା, ସେଥିରୁ ବିଦାୟ ନେଉଥିବାରୁ ଡ. କୁମାର ଦୁଃଖପ୍ରକାଶ କରିଥିଲେ। ଏହି ସମୟରେ ସେବାୟତମାନେ ଶ୍ରୀମନ୍ଦିର ସିଂହଦ୍ବାରକୁ ଆସି ଡ. କୁମାରଙ୍କୁ ବିଦାୟ ଦେବା ସହ ଶୁଭାଶୀର୍ବାଦ କରିଥିଲେ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କାର୍ଯ୍ୟରୁ ଅବ୍ୟାହତି ନେଲେ କ୍ରିଷନ୍ କୁମାର
/sambad/media/post_attachments/wp-content/uploads/2022/03/krishna.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)