ମର୍ଯ୍ୟାଦାଜନକ ଡିଜେନ୍ ପୁରସ୍କାର-୨୦୨୦ ପାଇଁ ମନୋନୀତ ହେଲା ଓଡ଼ିଶାର କୃଷି ଭବନ
ଭୁବନେଶ୍ୱର : ଓଡ଼ିଶାର କୃଷିଭବନ କୋଠାର ଲୋକପ୍ରିୟତା କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱରେ ବଢିଚାଲିଛି । ଚଳିତ ବର୍ଷ ଏହି ସ୍ଥାପତ୍ୟଟି ବିଶ୍ୱର ସମ୍ମାନଜନକ ଡିଜେନ ପତ୍ରିକା ଦ୍ୱାରା ଦିଆଯାଉଥିବା ଡିଜେନ ପୁରସ୍କାର ୨୦୨୦ ପାଇଁ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଛି । କୃଷି ଭବନ ଆର୍କିଟେକଚର ବର୍ଗ ଅନ୍ତର୍ଗତ ସିଭିକ ବିଲଡିଂ (ସର୍ବସାଧାରଣ ଅଟ୍ଟାଳିକା) ଉପବର୍ଗରେ ସ୍ଥାନ ପାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାୟ ୧.୩ ଲକ୍ଷ ବର୍ଗ ଫୁଟ ପରିମିତ ସ୍ଥାନରେ ନିର୍ମିତ ଏହି କୃଷିଭବନକୁ ଦିଲ୍ଲୀର ଷ୍ଟୁଡିଓ ଲୋଟସ ପକ୍ଷରୁ ଡିଜାଇନ କରାଯାଇଛି । ଏହାର ଡିଜାଇନରେ ଓଡ଼ିଶାର କଳାକୁ ପ୍ରଦର୍ଶିତ କରାଯାଇଛି । ୨୦୧୩ରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ଗତ ୨୦୧୮ରେ ଏହାକୁ ବ୍ୟବହାର ନିମନ୍ତେ ଖୋଲିଦିଆଯାଇଥିଲା । ଏଥିପାଇଁ ୭୦ କୋଟି ଟଙ୍କା ବ୍ୟୟ କରାଯାଇଥିଲା । ଓଡ଼ିଶାର କୃଷିବିଭାଗ ପାଇଥିବା କୃଷିକର୍ମଣ ପୁରସ୍କାର ରାଶି ଉପଯୋଗ କରି ଏହାକୁ ନିର୍ମାଣ କରାଯାଇଥିଲା ।
କୃଷି ଓ କୃଷକ ସଶକ୍ତକରଣ ଚିନ୍ତାଧାରାରେ ପ୍ରସ୍ତୁତ ଏହା ଆଧୁନିକ ଓ ପାରମ୍ପରିକ ସ୍ଥାପତକଳାର ଏକ ଅପୂର୍ବ କୃତି ବୋଲି ପତ୍ରିକା ପକ୍ଷରୁ କୁହାଯାଇଛି ।
କୃଷି ଭବନ ପୂର୍ବରୁ ମଧ୍ୟ ବିଶ୍ବର ପ୍ରମୁଖ ପତ୍ରିକାରେ ସ୍ଥାନ ପାଇଛି । ଗତବର୍ଷ ଏହା ଫୋବର୍ସ, ଆର୍କଡେଲି, ଆର୍କିଟେକଚରାଲରେକର୍ଡ ଆଦିରେ ସ୍ଥାନ ପାଇଥିଲା । ଆହୁରି ମଧ୍ୟ ଏହା ଗତ ବର୍ଷ ଆମଷ୍ଟରଡାମ ଠାରେ ଅନୁଷ୍ଠିତ ହୋଇଥିବା ବିଶ୍ବ ଆର୍କିଟେକଚର ଫେଷ୍ଟିଭାଲରେ ମଧ୍ୟ ସ୍ଥାନ ପାଇଥିଲା ।