ଓଡ଼ିଶାର କୃଷି ଭବନ ବିଶ୍ବ ଆର୍କିଟେକଚର ଫେଷ୍ଟିଭାଲ ପୁରସ୍କାର ଲାଗି ମନୋନୀତ

ଭୁବନେଶ୍ବର : ଓଡ଼ିଶାର କୃଷି ଭବନ  ବିଶ୍ବ ଆର୍କିଟେକଚର ଫେଷ୍ଟିଭାଲ (ଡବ୍ଲୁଏଏଫ) ପୁରସ୍କାର   ଚୂଡାନ୍ତ ତାଲିକାରେ ସ୍ଥାନ ପାଇଛି । ଆମଷ୍ଟରଡାମସ୍ଥିତ  ଡବ୍ଲୁଏଏଫ ପ୍ରତିବର୍ଷ ବିଶ୍ବର ଆକର୍ଷଣୀୟ, ପରିବେଶ ଅନୁକୂଳ ଓ ଆଧୁନିକ କୋଠାଗୁଡ଼ିକୁ ପୁରସ୍କାର ଦେଇଥାଏ । ଭୁବନେଶ୍ବରଠାରେ ଥିବା ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ କଂପ୍ଳେକ୍ସ  କୃଷିଭବନ  ବିଲଡିଂ ବା ଅଟ୍ଟାଳିକା ବର୍ଗରେ ମନୋନୀତ ହୋଇଛି । ଚୂଡାନ୍ତ ତାଲିକାରେ ଭାରତର ଆଉ ଏକ ଅଟ୍ଟାଳିକା ମଧ୍ୟ ରହିଛି, ତାହା ହେଲା ମୋହାଲିର ଅଫିସ ୫୪୩ କଂପ୍ଳେକ୍ସ  । ଡିସେମ୍ବର ୪ରୁ ୬ ପର୍ଯ୍ୟନ୍ତ ଏହି ସମାରୋହ ଆମଷ୍ଟରଡାମ ଠାରେ ଅନୁଷ୍ଠିତ ହେବ । ଏହି ସମୟରେ ପୁରସ୍କାର ଲାଗି ଚୂଡ଼ାନ୍ତ ମନୋନୟନ କରାଯିବ।

ଓଡ଼ିଶାର କୃଷି ଭବନ ଏହି ସମ୍ମାନଜନକ ପୁରସ୍କାର ନିମନ୍ତେ ଚୂଡାନ୍ତ ତାଲିକାରେ ସ୍ଥାନ ପାଇଥିବାରୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏ ସଂପର୍କରେ ଟ୍ବିଟ କରାଯାଇଛି ।

ପ୍ରାୟ ୧.୩ ଲକ୍ଷ ବର୍ଗ ଫୁଟ ପରିମିତ ସ୍ଥାନରେ ନିର୍ମିତ ଏହି କୃଷିଭବନକୁ  ଦିଲ୍ଲୀର ଷ୍ଟୁଡିଓ ଲୋଟସ ପକ୍ଷରୁ ଡିଜାଇନ କରାଯାଇଛି । ଏହାର ଡିଜାଇନରେ ଓଡ଼ିଶାର କଳାକୁ ପ୍ରଦର୍ଶିତ କରାଯାଇଛି । ୨୦୧୩ରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ଚଳିତ ବର୍ଷ ଏହାକୁ ଖୋଲିଦିଆଯାଇଛି ।  ଏଥିପାଇଁ ୭୦ କୋଟି ଟଙ୍କା ବ୍ୟୟ କରାଯାଇଛି ।

ସମ୍ବନ୍ଧିତ ଖବର