ସମ୍ବଲପୁର : ଲୋକପ୍ରିୟ ସମ୍ବଲପୁରୀ କଣ୍ଠଶିଳ୍ପୀ ଡ. କ୍ରି।ଷ୍ଣା ପଟେଲ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସୋମବାର ଦିନ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଉକ୍ତ ସାକ୍ଷାତ ସମୟରେ ସେ ରାଷ୍ଟ୍ରପତିଙ୍କୁ ସମ୍ବଲପୁରୀ ବାନ୍ଧରେ ନିର୍ମିତ ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ ଦେବୀଙ୍କର ଫଟୋଚିତ୍ର ପ୍ରଦାନ କରିଥିଲେ। ଏଥି ସହିତ ୧୯୭୮ ମସିହାରେ ‘ଇନ୍ରକୋ ଦ୍ବାରା ପ୍ରସ୍ତୁତ ରଂଗବତୀ ଗୀତର ଅରିଜିନାଲ ରେକର୍ଡ ଡିକ୍ସ ଉପହାର ସ୍ବରୂପ ଭେଟି ଥିଲେ।
ଆଜିର ସାକ୍ଷାତ ସମୟରେ ଓଡ଼ିଶାର ସମ୍ବଲପୁରୀ ଲୋକସଙ୍ଗୀତ ଏବଂ ଆଦିବାସୀ ସଙ୍ଗୀତର ଉଚିତ ରକ୍ଷଣାବେକ୍ଷଣ ନିମନ୍ତେ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ତଥା ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ବିଭିନ୍ନ ପଦକ୍ଷେପ ନିଅନ୍ତୁ ବୋଲି ଅନୁରୋଧ କରିଥିଲେ। ଏହି ସାକ୍ଷାତ ସମୟରେ କ୍ରିଷ୍ଣା ପଟେଲଙ୍କ ସହିତ ଯୁବ ଗବେଷକ ତଥା କଣ୍ଠଶିଳ୍ପୀ ତୁଳାରାମ କଲେତ, ସୁମିତା ଚଇନି ଏବଂ ଓମ୍ପ୍ରକାଶ ଦାଶ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ୫ ତାରିଖରେ କ୍ରିଷ୍ଣା ପଟେଲଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ପୁରସ୍କାର ଗ୍ରହଣ ପ୍ରଦାନ କରିବେ।