ବଲାଙ୍ଗୀର: ବଲାଙ୍ଗୀର କୃପା ସାଏ ହତ୍ୟା ମାମଲାରେ ୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଗତ ୨୦୧୩ ମସିହାରେ ପୁଅ ଜିଉଁନ୍ତିଆ ସମୟରେ ପଥରରେ ଛେଚି କୃପା ସାଏଙ୍କୁ ୫ ଜଣ ହତ୍ୟା କରିଥିଲେ। ସେମାନେ ସବୁ ଜାମିନରେ ଥିବା ବେଳେ ସୋମବାର ୪ ଜଣ ଅନନ୍ତ ସାହୁ, ପ୍ରକାଶ ପୋଢ଼, ବ୍ରହ୍ମା ବଗର୍ତ୍ତି, ରାକେଶ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଦୌରା ଜଜ।
ଅନ୍ୟ ଜଣେ ଅଭିଯୁକ୍ତଙ୍କ ଶୁଣାଣି ଆସନ୍ତାକାଲି କୋର୍ଟରେ ହେବ। ସରକାରୀ ଓକିଲ ସୁବାସ ଚନ୍ଦ୍ର ମହନ୍ତ ମାମଲା ପରିଚାଳନା କରୁଥିଲେ।