ପ୍ରତି ପଞ୍ଚାୟତ ଆଗରେ ଧାରଣା ଦେବ ନବ ନିର୍ମାଣକୃଷକ ସଂଗଠନ : ୧୨ରେ ଧାରଣା, ୧୫ରେ ପ୍ରତି ଥାନା ଆଗରେ ପ୍ରତିବାଦ

ଭୁବନେଶ୍ବର:  ପ୍ରାଇସ୍, ପ୍ରେସଷ୍ଟିଜ୍ ଏବଂ ପେନସନ୍ ଦାବି ଆନ୍ଦୋଳନ କରୁଥିବା ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ୧୨ ତାରିଖରୁ ରାଜ୍ୟର ପ୍ରତି ପଂଚାୟତ ଆଗରେ ସଂଗଠନ ପକ୍ଷରୁ ଧାରଣା ଦିଆଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର । ସେହିପରି ୧୫ ତାରିଖରୁ ରାଜ୍ୟର ପ୍ରତି ଥାନା ଆଗରେ ଧାରଣା ଦେବ କୃଷକ ସଂଗଠନ । ଯଦି ରାଜଧାନୀ ସରକାରଙ୍କର, ତେବେ ଗାଁ ଆମର ବୋଲି କହିଛନ୍ତି ଅକ୍ଷୟ କୁମାର । ଯଦି ଚାଷୀଙ୍କୁ ରାଜଧାନୀ ମନା ତେବେ ଗାଁକୁ ନେତାଙ୍କୁ ପଶିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ଦୀର୍ଘ ୭ ଦିନ ଧରି ଏକ ବିଶାଳ ଶୋଭାଯାତ୍ରାରେ ଭୁବନେଶ୍ୱରରେ ପହଞ୍ଚିଥିଲେ ହଜାର ହଜାର ଚାଷୀ । କିନ୍ତୁ ପ୍ରଶାସନ ଏମାନଙ୍କୁ ରାଜଧାନୀ ଭିତରେ ପ୍ରବେଶ କରିବାକୁ ବାରଣ କରିଥିଲା । ଏହି ସମୟରେ ପୁଲିସ୍ ଓ ଚାଷୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଉ ଏବେ ଆନ୍ଦୋଳନକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବ ନବ ନିର୍ମାଣ କୃଷକ ସଂଗଠନ ।

ସମ୍ବନ୍ଧିତ ଖବର