ପୁରୀ : ପୁରୀର ବରିଷ୍ଠ ବିଜେପି ନେତା କୃଷ୍ଣଚନ୍ଦ୍ର ପଣ୍ଡା ଆଜି ତାଙ୍କର ଶତାଧିକ ସମର୍ଥକଙ୍କ ସହିତ ଦଳ ଛାଡିଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇ ଦେଇଛନ୍ତି। ପୁରୀ ବିଧାନସଭା ଆସନରୁ ଟିକେଟ୍ ଆଶାୟୀ ଥିଲେ କୃଷ୍ଣ ପଣ୍ଡା। ତେବେ ଦଳ ତାଙ୍କୁ ଟିକେଟ୍ ଦେବା ପରିବର୍ତ୍ତେ ଜୟନ୍ତ ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରିଥିଲା। ଏହାର ପ୍ରତିବାଦରେ ଶ୍ରୀ ପଣ୍ଡା ଦଳ ସହିତ ୧୬ ବର୍ଷର ସଂପର୍କ ଛିନ୍ନ କରିଛନ୍ତି। ଦିନେ ଦୁଇ ଦିନ ଭିତରେ ସେ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ରବିବାର ପୁରୀ ଲୋକନାଥ ଲଜ୍ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା ଜିଲ୍ଲା ଓ ରାଜ୍ୟ ନେତୃତ୍ବ ବିରୋଧରେ ପ୍ରବଳ ବିଷୋଦ୍ଗାର କରିଥିଲେ। ଦୀର୍ଘ ୧୬ ବର୍ଷ ଧରି ସେ ସଂଗଠନ ସହ ସକ୍ରିୟ ଭାବେ ଜଡ଼ିତ ଥିଲେ ମଧ୍ୟ ଦଳ ତାଙ୍କ ପ୍ରତି ବିଶ୍ବାସଘାତ କରିଛି। ଷଡ଼ଯନ୍ତ୍ର କରି ତାଙ୍କ ଟିକେଟ୍ କାଟି ଦିଆଯାଇଥିବା ବେଳେ ଅନ୍ୟ ଦଳର ନେତାଙ୍କୁ ଟିକେଟ୍ ଦିଆଯାଇଛି। ଟିକେଟ୍ ପାଇଁ ଟଙ୍କା କାରବାର ହୋଇଥିବା ଶ୍ରୀ ପଣ୍ଡା ଗୁରୁତର ଅଭିଯୋଗ ଆଣିଛନ୍ତି।
ବିଜେପି ଛାଡ଼ିଲେ କୃଷ୍ଣ ପଣ୍ଡା
/sambad/media/post_attachments/wp-content/uploads/2019/04/krushana-panda-2.png)