ବହୁଜନ ସମାଜବାଦୀ ପାର୍ଟିରେ ଯୋଗ ଦେଲେ ପୂର୍ବତନ ବିଧାୟକ କୃଷ୍ଣ ସଗରିଆ

ଭୁବନେଶ୍ୱର: ଲୋୟର ପିଏମଜିରେ ଆୟୋଜିତ ଏକ ଜନସଭାରେ ବିଏସପି (ବହୁଜନ ସମାଜବାଦୀ ପାର୍ଟି)ରେ ପୂର୍ବତନ ବିଧାୟକ କୃଷ୍ଣ ସଗରିଆ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ବିଏସପିରେ ଯୋଗଦେବା ପରେ ବାବା ସାହେବ ଆମ୍ବେଦକରଙ୍କ ପ୍ରତି ଅବହେଳା ଓ ବ୍ୟାନର ଚିରିବା ନେଇ ସେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ଏବଂ କହିଛନ୍ତି ଯଦି ମାୟାବତୀ ତାଙ୍କୁ ଆଗାମୀ ନିର୍ବାଚନରେ ଲଢ଼ିବାକୁ ଟିକେଟ ଦିଅନ୍ତି ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଠୁ ଲଢ଼ିବେ ତାଙ୍କ ବିପକ୍ଷରେ ସେ ନିର୍ବାଚନ ଲଢ଼ିବେ।

ସୂଚନାଯୋଗ୍ୟ, କିଛି ମାସ ପୂର୍ବରୁ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ କୃଷ୍ଣ ସଗରିଆ । ଆଉ ଗତମାସରେ ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସ ଦଳରୁ ବହିଷ୍କୃତ ହୋଇଥିଲେ । କୃଷ୍ଣଙ୍କ ସହ ତାଙ୍କର ସମର୍ଥକମାନେ ମଧ୍ୟ ବିଏସପିରେ ଯୋଗ ଦେଇଛନ୍ତି । ବିଏସପି ସୁପ୍ରିମୋ ମାୟାବତୀ ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ।

ସମ୍ବନ୍ଧିତ ଖବର