କେମିତି ମୃତ୍ୟୁ ପୂର୍ବରୁ କୃତ୍ତିକାଙ୍କ ଦେହରେ ଥିଲା ବିଷ, ବ୍ୟବଛେଦ ରିପୋର୍ଟକୁ ନେଇ ପୁଲିସର ତନାଘନା

ଭୁବନେଶ୍ୱର: ଆସିଛି ନାବାଳିକା କୃତ୍ତିକା ମିଶ୍ରଙ୍କ ଶବ ବ୍ୟବଛେଦ ରିପୋର୍ଟ | ଏକ ଆପାର୍ଟମେଣ୍ଟରୁ ତଳେପଡ଼ି ନାବାଳିକା କୃତ୍ତିକା ମିଶ୍ରଙ୍କ ମୃତ୍ୟୁ ଘଟଣା ଆହୁରି ରହସ୍ୟ ଭିତରକୁ ଠେଲି ହୋଇଯାଇଛି । ପୋଷ୍ଟମର୍ଟମ ରିପୋର୍ଟ କହୁଛି, ମୃତ୍ୟୁ ପୂର୍ବରୁ କୃତ୍ତିକାଙ୍କ ଦେହରେ ବିଷାକ୍ତ ପଦାର୍ଥ ରହିଥିଲା । ପ୍ରଶ୍ନ ଉଠୁଛି, ତାଙ୍କ ଦେହରେ ବିଷ କେମିତି ଆସିଲା । ସେ ନିଜେ ବିଷ ଖାଇ ଛାତ ଉପରକୁ ଯାଇଥିଲେ ନା ଆଉ କେଉଁ ପରିସ୍ଥିତିରେ ବିଷ ଆସିଲା, ତାକୁ ନେଇ ପୁଲିସ ତନାଘନା ଚଳାଇଛି ।

ତେବେ ବିଷ ସମ୍ପର୍କରେ ଅଧିକ ଜାଣିବା ପାଇଁ ଭିସେରା ରିପୋର୍ଟକୁ ପୁଲିସ ଅପେକ୍ଷା କରିଛି । ବଡ଼ କଥା ହେଉଛି ମୃତ୍ୟୁ ପୂର୍ବରୁ ଇନଷ୍ଟାଗ୍ରାମରେ କୃତ୍ତିକା କରିଥିବା ପୋଷ୍ଟ ମୃତ୍ୟୁ ପଛର ଅନେକ ଦିଗକୁ ଇସାରା କରୁଥିଲା ।

ମୃତ୍ୟୁ ପୂର୍ବରୁ ସାମ୍ନାକୁ ଆସିଥିବା ଇନଷ୍ଟାଗ୍ରାମ ପୋଷ୍ଟ ଏବଂ ମୃତ୍ୟୁ ପରେ ମିଳିଥିବା ପୋଷ୍ଟମର୍ଟମ୍ ରିପୋର୍ଟ ଦୁଇଟି ଯାକ ଘଟଣା, ଏକ ଭିନ୍ନ ଦିଗକୁ ଇସାରା କରୁଛି । କାରଣ ପ୍ରଥମରୁ କୃତ୍ତିକା ମୃତ୍ୟୁ ଘଟଣାକୁ ଏକ ଅପମୃତ୍ୟୁ ମାମଲା ଭାବେ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ୍ । ଯାହା ପୁଲିସ ପାଇଁ ଏବେ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ସମ୍ବନ୍ଧିତ ଖବର