ଭୁବନେଶ୍ବର : ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ, ନୂଆଦିଲ୍ଲୀ ତରଫରୁ ଜାତୀୟ ଫେଲୋସିପ୍ ପାଇବାକୁ ମନୋନୀତ ହୋଇଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟର ବାଣିଜ୍ୟ ବିଭାଗର ପୂର୍ବତନ ପ୍ରଫେସର କ୍ଷିତିଭୂଷଣ ଦାସ। ସମାଜ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଏହା ହେଉଛି ଦେଶର ସ‌େର୍ବାଚ୍ଚ ସମ୍ମାନଜନକ ‌େଫଲୋସିପ୍। ଏହା ପାଇବାରେ ଶ୍ରୀ ଦାସ ହେଉଛନ୍ତି ଓଡ଼ିଶାର ଦ୍ବିତୀୟ ବ୍ୟକ୍ତି। ପୂର୍ବରୁ ମନସ୍ତତ୍ତ୍ବବିତ୍ ପ୍ରଫେସର ରାଧାନାଥ ରଥ ଏହା ପାଇଥିଲେ। ଏହି ଜାତୀୟ ଫେଲୋସିପ୍ ମାଧ୍ୟମରେ ଶ୍ରୀ ଦାସ ଆଞ୍ଚଳିକ ଅର୍ଥନୀତିରେ ବନ୍ଦରର ଭୂମିକା ତଥା ମେକ୍ ଇନ୍ ଇଣ୍ଡିଆ ଏବଂ ସାଗରମାଳା ଯୋଜନାରେ ଓଡ଼ିଶାର ଲାଭ ସମ୍ପର୍କରେ ଗବେଷଣା କରିବେ।