ହରିଚନ୍ଦନପୁର: ଡୁବୁରି-ନରଣପୁର ୭୨୦ ନମ୍ବର ଜାତୀୟ ରାଜପଥର ହରିଚନ୍ଦନପୁର ବ୍ଲକ୍‌ ପିଟାପିଟି ଗ୍ରାମ ନିକଟରେ ରହିଛି କୁଆଝରଣ ଘାଟି। ଘାଟି ରାସ୍ତାରେ ପୂର୍ବରୁ ବହୁ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିଲା। ଏହାକୁ ରୋକିବା ପାଇଁ ରାସ୍ତା ସମ୍ପ୍ରସାରଣ କରାଯିବା ସହ ହମ୍ପସ ଓ ରାସ୍ତାର ଉଭୟ ପାର୍ଶ୍ଵରେ ସୁରକ୍ଷା ବାଡ଼ ନିର୍ମାଣ କରାଯାଇ ସୂଚନାଫଳକ ଲଗାଯାଇଛି।

Advertisment

ଗତ ଏକବର୍ଷ ମଧ୍ୟରେ ଏହି ରାସ୍ତାରେ ଏକ ଟ୍ରେଲର ଓ ଏକ ଭାରୀଯାନ ସୁରକ୍ଷା ବାଡ଼ ଭାଙ୍ଗି ରାସ୍ତାର ୫୦ ଫୁଟ ତଳକୁ ଖସି ପଡ଼ିଥିଲେ। ମାସମାସ ଧରି ସୁରକ୍ଷା ବାଡ଼ ଭାଙ୍ଗିଥିଲେ ମଧ୍ୟ ଏହାର ମରାମତି କରାଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଘାଟି ରାସ୍ତାର ସୁରକ୍ଷା ବାଡ଼ ମରାମତି କରିବାକୁ ଦାବି ହେଉଛି।