କୁଆଖାଇ ନଦୀରେ ଗୋଡ଼ ଖସିବାରୁ ମହିଳା ବୋଲବମ୍ ଭକ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗରର ଉପକଣ୍ଠରେ ଥିବା କୁଆଖାଇ ନଦୀରେ ବୁଡ଼ି ଜଣେ ମହିଳା ବୋଲବମ୍ ଭକ୍ତଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ମହିଳା ବୋଲବମ୍ ଭକ୍ତଜଣକ କେଶୁରା ନିକଟରୁ ପାଣି ଉଠାଇବା ବେଳେ ବୁଡ଼ିଯାଇଥିଲେ । ପ୍ରାଣ ହରାଇଥିବା ମହିଳାଙ୍କ ନାମ ଏବଂ ପରିଚୟ ମିଳିଛି । ସେ ହେଲେ ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳର ବିନ୍ଦିଶ୍ରୀ ସାହୁ ।

ଆଜି ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ବିନ୍ଦିଶ୍ରୀ ସାହୁ ନଦୀରୁ ପାଣି ଉଠାଇବାକୁ ଯାଇଥିଲେ । ସେ କେଶୁରା ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା କୁଆଖାଇ ନଦୀରୁ ପାଣି ଉଠାଇବା ବେଳେ ହଠାତ୍ ତାଙ୍କର ଗୋଡ଼ ତଳକୁ ଖସି ଯାଇଥିଲା । ଫଳରେ ସେ ବୁଡି ଯାଇ ପ୍ରାଣ ହରାଇଥିଲେ ।

photo–youtube

ତେବେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀର ସହାୟତାରେ ବିନ୍ଦିଶ୍ରୀଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରେ ପହଞ୍ଚି ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି । ବିଭିନ୍ନ ରାଜ୍ୟର ବିଭିନ୍ନ ଶୈବ ପୀଠରେ କାଉଡିଆଙ୍କର ଗହଳି ଲାଗି ରହିଥିବା ବେଳେ ଏହି ଘଟଣା କାଉଡିଆଙ୍କର ମନରେ ଆଘାତ ଦେଇଛି ।

ସମ୍ବନ୍ଧିତ ଖବର