ନାବାଳିକା ସହ ଗଣଦୁଷ୍କର୍ମ ଘଟଣାରେ ୨ ନାବାଳକକୁ ଅଟକ ରଖିଛି ପୁଲିସ , ୭ ଅଭିଯୁକ୍ତ ନାବାଳକ ଫେରାର୍
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ କୁଆଁରମୁଣ୍ଡା ବ୍ଲକର ପୁଟୁଳିଖମଣ ପଞ୍ଚାୟତର ରାମପୁରର ହରପାଲି ପାହାଡ଼ ନିକଟରେ ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ପୁଲିସ ୨ଜଣ ନାବାଳକକୁ ଅଟକ ରଖିଥିବା ବେଳେ ଅନ୍ୟ ୭ ଅଭିଯୁକ୍ତ ନାବାଳକ ଫେରାର୍ ଥିବା ଜଣାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଯୋଗ୍ୟ ଯେ ଗତ ୮ ତାରିଖ ରାତିରେ ୨ଜଣ ନାବାଳିକା ୨ ଜଣ ନାବାଳକଙ୍କ ସହ ସହମତି ଭିତ୍ତିରେ ଶାରୀରିକ ସଂପର୍କ ରଖିବାଲାଗି ହରପାଲି ପାହାଡ଼ ନିକଟସ୍ଥ ଏକ ଜଙ୍ଗଲକୁ ଯାଇଥିଲେ। ସେମାନଙ୍କ ଭିତରୁ ଜଣେ ନାବାଳିକା ସେଠାରୁ ଚାଲିଆସିଥିଲା। ପରେ ସେହି ବାଟଦେଇ ରାମପୁର ବସ୍ତିର ୭ଜଣ ନାବାଳକ ଆସୁଥିଲେ। ସେମାନେ ପୂର୍ବରୁ ସେଠାରେ ଥିବା ୨ ନାବାଳକଙ୍କ ସହ ମିଶି ନାବାଳିକା ସହ ଗଣ ଦୁଷ୍କର୍ମ କରିଥିଲେ। ଏହାର ମୋବାଇଲରେ ଭିଡିଓ ରେକର୍ଡିଂ ବି କରିଥିଲେ।
ତେବେ ଦୁଷ୍କର୍ମ ବେଳର ଭିଡିଓ ଭାଇରାଲ ହେବା ପରେ ଘଟଣା ଲୋକଲୋଚନକୁ ଆସିଛି । ପରିବାର ଲୋକ ଏ ନେଇ ଗତକାଲି ବୀରମିତ୍ରପୁର ଥାନାରେ ଅଭିଯୋଗ କରିଥିଲେ। ବୀରମିତ୍ରପୁର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।