ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଦେଶକରମ ଭବନ କଲେଜଛକଠାରେ କୁଡୁମି ସମାଜର ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନଙ୍କୁ ନେଇ ଓଡ଼ିଶା କୁଡୁମି ସମାଜ ସଭାପତି କ୍ଷୀରୋଦ ଚନ୍ଦ୍ର ମହାନ୍ତଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଓଡିଶାର ବିଭିନ୍ନ ଜିଲ୍ଳାରେ ବସବାସ କରୁଥିବା ୨୫ ଲକ୍ଷ କୁଡୁମି ସମ୍ପ୍ରଦାୟଙ୍କୁ ପୁନଃ ଜନଜାତି ବର୍ଗରେ ସାମିଲ କରିବାପାଇଁ ଆଇନଗତ ଲଢେଇ ପାଇଁ ଓଡ଼ିଶା ହାଇକୋର୍ଟରେ ଲଢ଼ା ଯିବା ପାଇଁ ସର୍ବସମ୍ମତ୍ତି କ୍ରମେ ନିଷ୍ପତି ନେଇଛନ୍ତି।
ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ହାଇକୋର୍ଟରେ ଦାୟର ହୋଇଥିବା ପିଟିସନ ନିକଟରେ ମାନନୀୟ କୋର୍ଟ ଗ୍ରହଣ କରିଛନ୍ତି। ତେଣୁ ଓଡିଶା ହାଇକୋର୍ଟରେ ମଧ୍ୟ ଏକ ପିଟିସନ ଦାଖଲ କରାଯିବାର ନିଷ୍ପତ୍ତି ନିଆଯାଇଛି ଏବଂ ଉକ୍ତ ପିଟିସନ କେଶ ମଧ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ହାଇକୋର୍ଟରେ ଲଢ଼ୁଥିବା ପ୍ରମୁଖ ବିଜ୍ଞ ଆଇନଜୀବୀ ଅଖିଳେଶ ଶ୍ରୀବାସ୍ତବଙ୍କୁ ଓଡିଶା ହାଇକୋର୍ଟର କେଶ ଦିଆଯିବ ବୋଲି ନିଷ୍ପତ୍ତି ନେଇଛନ୍ତି।
ଏ ନେଇ ଗତ ରବିବାର ସୁଦୂର ଜାମସେଦ ପୁରକୁ ଓଡିଶାର ବିଭିନ୍ନ ଜାଗାରୁ ଏକ ଟିମ ହାଇକୋର୍ଟ ଓକିଲ ଅଖିଳେଶ ଶ୍ରୀବାସ୍ତବ ଓ ପିଟିସନାର ଡ. ବିଦ୍ୟାଭୂଷଣ ମାହାତୋଙ୍କୁ ଭେଟିବାକୁ ଯାଇଥିଲେ ବୋଲି ସଭାପତି ପ୍ରକାଶ କରିଛନ୍ତି। ଉକ୍ତ ସଭାରେ ରାଇରଙ୍ଗପୁର ଦେଶକରମ ସଭାପତି ନବୀନ କିଶୋର ମହାନ୍ତ, ସମ୍ପାଦକ ମନୋଜ କୁମାର ମହାନ୍ତ, ଉପସଭାପତି ଜ୍ୟୋତିପ୍ରକାଶ ମହାନ୍ତ, ସହ ସମ୍ପାଦକ ମାନସ ରଞ୍ଜନ ମହାନ୍ତ, କୋଷାଧକ୍ଷ ପ୍ରଭାସ କୁମାର ମହାନ୍ତ, ଲିଗାଲ ସେଲ ଆଡ଼ଭାଇଜର ବିଜୟ ମହାନ୍ତ, ରାଇରଙ୍ଗପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଯାଜ୍ଞଶ୍ୱରୀ ମହାନ୍ତ,ବାମନଘାଟି କୁଡୁମି ସାମାଜିକ ଓ ସାଂସ୍କୃତିକ ପରିଷଦର ସଭାପତି ଗୁରୁଚରଣ ମହାନ୍ତ, ଆଦିବାସୀ କୁଡୁମି ସମାଜ, ଓଡ଼ିଶାର ପୂର୍ବତନ ସମ୍ପାଦକ ଭୀମ ଚରଣ ମହାନ୍ତ, ଓଡ଼ିଶା କୁଡୁମି, କେନ୍ଦୁଝର କୋଷାଧକ୍ଷ ସୁନୀଲ ମହାନ୍ତ, ଚମ୍ପୁଆ କୁଡୁମି ସମାଜର ସମ୍ପାଦକ ସୁମନ୍ତ ମହାନ୍ତ, ଅର୍ଜୁନ ଚରଣ ମହାନ୍ତ, ବିମଳ କୁମାର ମହାନ୍ତ, ଜହରଲାଲ ମହାନ୍ତ, ବିକାଶ ମହାନ୍ତ, ତପନ ମହାନ୍ତ, ଲଳିତ ମହାନ୍ତ ପ୍ରମୁଖଙ୍କ ସମେତ ବହୁ କୁଡୁମି ବୁଦ୍ଧିଜୀବି ଯୋଗଦେଇଥିଲେ।