ଆଦିବାସୀ ମାନ୍ୟତା ଦାବିରେ କୁଡୁମୀ ସେନା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ରାଇରଙ୍ଗପୁର: କୁଡ଼ୁମୀ ସେନା ପକ୍ଷରୁ କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ପୁନଃ ସାମିଲ କରିବା ପାଇଁ ଏକ ଦଶନ୍ଧୀରୁ ଊର୍ଦ୍ଧ୍ବ ହେବ ଆନ୍ଦୋଳନ ଜାରି ରହିଛି। ତେଣୁ ଏବେ ଏହି ଦାବିକୁ ପୂରଣ କରିବା ପାଇଁ ମୟୂରଭଂଜ ଜିଲ୍ଲା ବାମନଘାଟି ଉପ ଜିଲ୍ଲାପାଳ ସରୋଜ କୁମାର ଦାଶଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଗଲା। କୁଡୁମୀ ସେନା ପରାମର୍ଶଦାତା ସୁବାଷ ଚନ୍ଦ୍ର ମହାନ୍ତଙ୍କ ନେତୃତ୍ଵରେ ଲକ୍ଷ୍ମୀଧର ମହାନ୍ତ, ରାଜା ମହାନ୍ତ, ସୁବାଷ ମହାନ୍ତ, ଆନନ୍ଦ ମହାନ୍ତ, ହରିଶ ମହାନ୍ତ ଓ ମହିଳା ସେନା ର ସୁମନା ମହାନ୍ତ, ସୁକୁମାରୀ ମହାନ୍ତ, ପ୍ରେମଲତା ମହାନ୍ତ, କମଳୀନୀ ମହାନ୍ତ, ଗୌରୀ ମହାନ୍ତ କୁଡୁମୀ ଛାତ୍ର ସେନା ସଭାପତି ବରୁଣ କୁମାର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। କୁଡୁମୀ ସେନା ସଭାପତି ଜୈମୁନି କୁମାର ମହାନ୍ତ ଙ୍କ ଆହ୍ୱାନ କ୍ରମେ ଓଡିଶା ର କୁଡୁମୀ ବହୁଳ ବିଭିନ୍ନ ଜିଲ୍ଲା ତଥା ମୟୂରଭଂଜ ର ସବୁ ସବ୍ ଡିଭିଜନ ରେ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।
ସମ୍ବନ୍ଧିତ ଖବର