ନାଲକୋ ନଗର : ବଆଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ଼ ଟ୍ରକ ମାଲିକ ସଙ୍ଘ କାର୍ଯ୍ୟଳୟ ପରିସରରେ କୁଲାଡ଼ ଓ ଗିରାଙ୍ଗ ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ଆଜି ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ କୁଲାଡ଼ ଟ୍ରକ ମାଲିକ ସଂଘର ସଭାପତି ରାଜୀବ ଜେନାଙ୍କ ସଭାପତିତ୍ୱରେ ରାତି ୮ଘଟିକାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ନାଲକୋ ସ୍ମେଲ୍ଟର ପ୍ଲାଣ୍ଟରେ ଲୋଡିଂରେ ବ୍ୟତୀକ୍ରମ ହେବା, ପେରିଫେରୀ ଗ୍ରାମବାସୀଙ୍କୁ ପାଇପ ଲାଇନ ଯୋଗେ ପିଇବା ପାଣି, ନାଲକୋ ସ୍କୁଲରେ ନାମଲେଖା, ବିଦ୍ୟୁତ ସେବା, ଆଲୋକୀକରଣ ଓ କ୍ଷତିଗ୍ରସ୍ତ ଲୋକଙ୍କୁ ପ୍ଲାଣ୍ଟରେ ଠିକା ଶ୍ରମିକ ଭାବେ ନିଯୁକ୍ତି ସୁଯୋଗ ମିଳିବା ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ କୁଲାଡ଼ ଗ୍ରାମର ସରପଞ୍ଚ ସେସଦେବ ଦେହୁରୀ, ସମିତି ସଭ୍ୟ ସୁଶୀଲ ବିଶୋଇ, ଗିରାଙ୍ଗ ସରପଞ୍ଚ ସୁଜାତା ଦେହୁରୀ, ସମିତି ସଭ୍ୟ ଜୟଶ୍ରୀ ଗଡନାୟକ, କଟ୍ରୋକ୍ଟର ଆସୋସିଏସନର ସମ୍ପାଦକ ପ୍ରଫୁଲ ବିଶୋଇ, ତପନ ସାମନ୍ତ ସିଂ, ସତ୍ୟବ୍ରତ ସ୍ୱାଇଁ, ମୁକେଶ ଜେନା ବିଭୁତି ଜେନା, ଅରୁପା ସେଠ,ଅଞ୍ଜନ ପ୍ରଧାନ, ବସନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସଭା ଶେଷରେ କୁଲାଡ଼ ଟ୍ରକ ମାଲିକ ସଂଘର ସମ୍ପାଦକ ରଣଜିତ ସେଠ ଧନ୍ୟବାଦ ଅର୍ପଣ କରିଥିଲେ।
ବଆଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ଼ ଟ୍ରକ ମାଲିକ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା
/sambad/media/post_attachments/wp-content/uploads/2020/03/PHOTO-2020-03-12-22-01-41.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)