ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟି ଅଭିନନ୍ଦନ ଜଣାଇଲେ ଶିଳ୍ପପତି କୁମାର ମଙ୍ଗଳମ୍‌ ବିର୍ଲା, ସଂଜୀବ ପୁରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୁଧବାର ଶିଳ୍ପପତି କୁମାର ମଙ୍ଗଳମ୍‌ ବିର୍ଲା, ସଂଜୀବ ପୁରୀ, ସଂଗୀତା ରେଡ୍ଡୀ, ସିପି ଗୁରାନୀ ଓ ଇଣ୍ଡିଆ ସିମେଣ୍ଟର ଅଧ୍ୟକ୍ଷ ଆରଏସ୍‌ ଗୁର୍‌ନାନୀ ଭେଟିଛନ୍ତି।

ନବୀନ ପଟ୍ଟନାୟକ ଆଜି ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ଉପରୋକ୍ତ ଶିଳ୍ପପତି ମାନେ ନବୀବଙ୍କ ଶପଥ ଗ୍ରହଣ ସମାରୋହରେ ଅତିଥି ଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି। ଏଥି ସହିତ ନବୀନଙ୍କୁ ରାଷ୍ଟ୍ରପତି କୋବିନ୍ଦ ଅଭିନନ୍ଦନ ଜଣାଇଛନ୍ତି।

୧୧ କ୍ୟାବିନେଟ୍‌ ସଂପୂର୍ଣ୍ଣ ତାଲିକା- 

ସୁଶାନ୍ତ ସିଂ: ଗ୍ରାମ ଉନ୍ନୟନ ଓ ଶ୍ରମ ବିଭାଗ

ପ୍ରତାପ ଜେନା: ପଞ୍ଚାୟତିରାଜ, ଆଇନ, ନଗର ଉନ୍ନୟନ

ପ୍ରଫୁଲ୍ଳ ମଲ୍ଲିକ: ଖଣି, ଇସ୍ପାତ, ପୂର୍ତ୍ତ ଓ ଗୃହ (ରାଜ୍ୟ ପାହ୍ୟା)

ବିକ୍ରମ କେଶରୀ ଆରୁଖ: ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର

ଅରୁଣ ସାହୁ: କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ, ଉଚ୍ଚ ଶିକ୍ଷା

ନିରଞ୍ଜନ ପୂଜାରୀ: ଅର୍ଥ ଓ  ଅବକାରୀ

ସୁଦାମ ମାରାଣ୍ଡି: ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ

ନବ ଦାସ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ

ଟୁକୁନି ସାହୁ: ମହିଳା ଓ ଶିଶୁ ବିକାଶ

ରଣେନ୍ଦ୍ର ପ୍ରତାପ ସ୍ୱାଇଁ: ଖାଦ୍ୟ, ଯୋଗାଣ ଓ ସମବାୟ

ପଦ୍ମନାଭ ବେହେରା: ବାଣିଜ୍ୟ,ପରିବହନ, ଯୋଜନା ଓ ସମ୍ମନ୍ଵୟ

୯ ରାଷ୍ଟ୍ରମନ୍ତ୍ରୀ ସଂପୂର୍ଣ୍ଣ ତାଲିକା- 

ସମୀର ଦାଶ:  ସ୍କୁଲ ଓ ଗଣ ଶିକ୍ଷା

ଜଗନ୍ନାଥ ସାରକା: ଆଦିବାସୀ ବ୍ୟାପାର

ଅଶୋକ ପଣ୍ଡା: ବିଜ୍ଞାନ, ପ୍ରଯୁକ୍ତି ଭିନ୍ନକ୍ଷମ ସଶକ୍ତିକରଣ

ତୁଷାରକାନ୍ତି ବେହେରା : ଆଇଟି, କ୍ରୀଡା ଓ ଯୁବବ୍ୟାପାର

ରଘୁନନ୍ଦନ ଦାସ: ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ

ପ୍ରେମାନନ୍ଦ ନାୟକ: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

ଜ୍ୟୋତି ପ୍ରକାଶ ପାଣିଗ୍ରାହୀ: ସଂସ୍କୃତି ଓ ପର୍ଯ୍ୟଟନ

ପଦ୍ମିନୀ ଦିଆନ୍‌: ହସ୍ତତନ୍ତ ଓ ବୟନ ଶିଳ୍ପ

ଦିବ୍ୟଶଙ୍କର ମିଶ୍ର: ଶକ୍ତି ଓ ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ

ସମ୍ବନ୍ଧିତ ଖବର