ବାଲେଶ୍ବର: ରବିବାର ବାଲେଶ୍ବର ସହରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଏବଂ କୁଆଁର ପୁନେଇ ଉତ୍ସାହର ସହ ପାଳନ ହୋଇଛି। ସଂଧ୍ୟା ଆକାଶରେ ପୂର୍ଣ୍ଣଚନ୍ଦ୍ର ଉଇଁବା ପରେ ଘରେ ଘରେ ଚନ୍ଦ୍ରପୂଜା ହୋଇଥିଲା। ନୂଆ ବସ୍ତ୍ର ପିନ୍ଧି ଘଟପୂଜାରେ ସାମିଲ ଅବିବାହିତ ପୁଅଝିଅଙ୍କୁ ବନ୍ଦାପନା କରାଯାଇଥିଲା। ଝିଅମାନେ କାର୍ତ୍ତିକ ମହାପ୍ରଭୁଙ୍କୁ ସ୍ମରଣ କରି ତାଙ୍କ ପରି ସୁନ୍ଦର ବର ପାଇବାକୁ ପ୍ରାର୍ଥନା କରିଥିଲେ।
ଶଂଖ ଓ ହୁଳହୁଳିରେ ସହର ପ୍ରକମ୍ପିତ ହୋଇ ଉଠିଥିଲା। ବିଭିନ୍ନ ସ୍ଥାନରେ କୁଆଁରିମାନେ ମେଳିବାନ୍ଧିଥିଲେ ଏବଂ କୁଆଁର ପୁନେଇ ଗୀତ ଗାଇ ନାଚ କରିଥିଲେ। ସାଙ୍ଗ ହୋଇ ଘରେ ପ୍ରସ୍ତୁତ ପିଠାପଣା ଖାଇଥିଲେ। ସତ୍ସଙ୍ଗ କଲୋନି ସହ ଏଫ୍ଏମ୍ ନଗର, ଚାନ୍ଦମାରି ପଡ଼ିଆ, ପୁରୁଣା ବାଲେଶ୍ବର, ସହଦେବଖୁଣ୍ଟା ଆଦି ସ୍ଥାନରେ କୁଆଁର ପୁନେଇ ଉତ୍ସବ ବେଶ୍ ଜମିଥିଲା।