ରୁପ୍ରାରୋଡ୍: ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୧ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବର ଦ୍ବିତୀୟ ଦିବସ ‘ଢାପ୍ ଦିନ୍’ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ବୁଢୀପଦରରେ ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଦିବାସୀ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି, ପୂର୍ବ ମନ୍ତ୍ରୀ ବଳଭଦ୍ର ମାଝୀ ମୁଖ୍ୟବକ୍ତା, କଳାହାଣ୍ଡି ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ, ରାୟଗଡ଼ାର ବିଶିଷ୍ଟ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଗଉଡ଼, ନର୍ଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ ଧଙ୍ଗଡ଼ାମାଝୀ, ସାଧାରଣ ସଂପାଦକ ସୁନୀଲ ଧଙ୍ଗଡ଼ାମାଝୀ ଓ କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଆଦିବାସୀ ସଂସ୍କୃତିର ଆଦି ବାଦ୍ୟ ଢାପ୍ ପରିବେଷିତ ହେବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ କଳା ଗବେଷକ ମେଦିନୀଧର ଜାନୀଙ୍କୁ ଦେବଗିରି କଳା ସମ୍ମାନ, ଶିକ୍ଷା ସଂଗଠକ ପ୍ରଫୁଲ୍ଲ ଠାକୁରଙ୍କୁ ଦେବଗିରି ସଂଗଠନ ସମ୍ମାନ, ଘୁମୁରା ଗୁରୁ ଭାରତ ଭୂଷଣ ଚଲାନଙ୍କୁ ଦେବଗିରି ଲୋକନୃତ୍ୟ ସମ୍ମାନ, ଶିକ୍ଷାବିତ କ୍ଷିତିଶ ଚନ୍ଦ୍ର ମାଝୀଙ୍କୁ ଦେବଗିରି ଗୁରୁ ସମ୍ମାନ, ସୈନିକ ଉମେଶ ଗଉଡ଼ଙ୍କୁ ଦେବଗିରି ଦେଶସେବା ସମ୍ମାନ, ସମାଜସେବୀ ମାନଗୋବିନ୍ଦ ମହାନ୍ତି ଏବଂ ଟେଲିଫିଲ୍ମ 'ସେଁର୍ରା'ର ନିର୍ଦ୍ଦେଶକ ସୌରଭ ମହାପାତ୍ର, ଲେଖକ ଡିଲେଶ୍ୱର ରଣା, ଅଭିନେତା ତ୍ରିମୋହନ ସାହୁ, ଅଜିତ ନାୟକ, ଆଲୋକ ସାହୁ, ସୌମ୍ୟରଞ୍ଜନ ଜେନା, ଧନଞ୍ଜୟ ସାହୁ, ରାମେଶ୍ୱର ତ୍ରିପାଠୀ, ସଞ୍ଜୟ ଧଙ୍ଗଡ଼ାମାଝୀ, ସୁଧୀର ଧଙ୍ଗଡ଼ାମାଝୀ ଓ ତ୍ରିନାଥ ଶ୍ୟାମ କୁମାରଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଯୁବ ଲେଖକ ଡିଲେଶ୍ବର ରଣା ମଞ୍ଚ ପରିଚାଳନା କରିଥିଲେ ଓ ଅନୁଷ୍ଠାନର ଯୁଗ୍ମ ସଂପାଦକ ସୁଧୀର ଧଙ୍ଗଡ଼ାମାଝୀ ଧନ୍ୟବାଦ ଦେଇଥିଲେ। ପରେପରେ ଜୁଡାବନ୍ଧର ଢାପ୍, ଭବାନୀପାଟଣାର ଘୁମୁରା, ଫତକାବାହାଲିର ଗଣା ବଜା, ବଲାଙ୍ଗୀର ଅର୍ବାନ ମା’ ବୁହାସେନ ଦେବୀ ଦଣ୍ଡନୃତ୍ୟ, ଶିକ୍ଷାବିତ୍ ବିଭୂତି ଭୂଷଣ ତାଣ୍ଡିଙ୍କ କଳା ପ୍ରଦର୍ଶନ ସହ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇଥିଲା। ଅଧିବକ୍ତା ବିଶ୍ବରଞ୍ଜନ ଭୋଇସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସାଂସ୍କୃତିକ ସଂପାଦକ ସଲିଲ ଧଙ୍ଗଡ଼ାମାଝୀ, ଉପସଭାପତି ନେତ୍ରାନନ୍ଦ ବାରିକ, କ୍ରୀଡ଼ା ସଂପାଦକ ଅନିଲ କୁମାର ଧଙ୍ଗଡ଼ାମାଝୀ, ନରେଶ ଧଙ୍ଗଡାମାଝୀ, ମିତ୍ରଶେନ ପୋଢ, ତପନ ଜାଲ, ରଞ୍ଜନ ଜାଲ, ସୁମିତ ଧଙ୍ଗଡାମାଝୀ, ଦୀନ ମାଝୀ, ପ୍ରକାଶ ଧଙ୍ଗଡାମାଝୀ ଓ ଅନ୍ୟମାନେ ସହଯୋଗ କରିଥିଲେ।