କୁଅାଁରମୁଣ୍ଡା ନିକଟରେ ଟ୍ରଲର୍‌ ଟ୍ରକ୍‌ ଓ ଓ୍ଵାଗନ୍‌ର ଧକ୍କା; ବାପ ମୃତ; ଝିଅ ଆହତ

କୁଅାଁରମୁଣ୍ଡା: ରବିବାର ସକାଳ ପ୍ରାୟ ୧୦ଟା ବେଳେ କୁଅାଁରମୁଣ୍ଡା-ବୀରମିତ୍ରପୁର ରାସ୍ତାର କୁଅାଁରମୁଣ୍ଡା ନିକଟରେ ଗୋଟିଏ ଟ୍ରଲର୍‌ ଟ୍ରକ୍‌ ଏବଂ ଗୋଟିଏ ଓ୍ଵାଗ୍‌ନର୍‌ ମଧ୍ୟରେ ସାମ୍ନା ସାମ୍ନି ଧକ୍କା ହେବା ଯୋଗୁଁ କାର୍‌ ଚଳକଙ୍କ ମୃତ୍ୟୁ ଘଟିଛି।

ଆନୁମାନିକ ୩୭ ବର୍ଷିୟ ସଞ୍ଜୟ ରାଉଳ ତାଙ୍କ ଝିଅକୁ ବସାଇ ଓ୍ଵାଗନ୍‌ର୍‌ ଚଳାଇ ଯାଉଥିବା ବେଳେ ବୀରମିତ୍ରପୁରରୁ ରାଉରକେଲା ଆଡ଼କୁ ଯାଉଥିବା ଟ୍ରଲର୍‌ ଟ୍ରକ୍‌ ଓ୍ଵାଗନର୍‌କୁ ଧକ୍କା ଦେଇଥିଲା। ଓ୍ଵାଗନର୍‌ଟି ଭାଙ୍ଗିରୁଜି ଯିବା ସହ ଘଟଣାସ୍ଥଳରେ ଗାଡ଼ି ଭିତରେ ହିଁ ସଞ୍ଜୟଙ୍କ ଜୀବନ ଛାଡ଼ି ଯାଇଥିଲା।

ସେଥିରେ ବସି ଥିବା ତାଙ୍କ ଝିଅଙ୍କୁ ଅତି ସାଙ୍ଘାତିକ ଅବସ୍ଥାରେ ରାଉରକେଲାସ୍ଥିତ ଇସ୍‌ପାତ ଜେନେରାଲ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ଥିବା ଜଣାପଡ଼ିଛି। ବ୍ୟବଚ୍ଛେଦ ପାଇଁ ସଞ୍ଜୟଙ୍କ ଶବ ମଧ୍ୟ ସେଠାକୁ ନିଆଯାଇଛି।

ଦୁର୍ଘଟଣା ଘଟାଇଥିବା ଟ୍ରଲର୍‌ ଟ୍ରକ୍‌ ଚାଳକ ଫେରାର ହୋଇ ଯାଇଛି।

ଘଟଣାସ୍ଥଳରେ କୁଅାଁରମୁଣ୍ଡା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର