କୋରାପୁଟ : ପୁଣି ଅସୁସ୍ଥ ହୋଇ ପଡିଛନ୍ତି କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ପୀଡ଼ିତା। ଗତକାଲି ବାନ୍ତିରେ ରକ୍ତ ପଡ଼ିବାରୁ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିିଛି। ତେବେ କିଛି ପରୀକ୍ଷା ପାଇଁ ତାଙ୍କୁ ବାହାରକୁ ପଠାଯିବାର ସମ୍ଭାବନା ରହିଛି। ଗୁରୁବାର ସନ୍ଧ୍ୟାରେ ଏହି ପୀଡ଼ିତାଙ୍କୁ କୋଟପାଡ଼ର ଏକ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସକୁ ନିଆଯାଇଥିଲା। ସେଠାରେ ରହି ସେ ପାଠ ପଢିବା ପାଇଁ ବ୍ୟବସ୍ଥା ହୋଇଥିଲା। ତେବେ ସେଠାରେ ଗତକାଲି ରାତିରେ ଛାତ୍ରୀଜଣକ ପୁଣି ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କର ବାନ୍ତି ହୋଇଥିଲା ଏବଂ ଏଥିରେ ରକ୍ତ ପଡ଼ିଥିଲା। ଏହା ସହ ତଳି ପେଟରେ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ଚିକତ୍ସା ପାଇଁ କୋଟପାଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କୋରାପୁଟ ଡାକ୍ତରଖାନା ଅଣାଯାଇ ଚିକିତ୍ସା କରାଯାଉଛି।
କୁନ୍ଦୁଲି ପୀଡ଼ିତା ପୁଣି ଅସୁସ୍ଥ
/sambad/media/post_attachments/wp-content/uploads/2017/11/kunduli-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)