କୁନ୍ଦୁଲି ପୀଡ଼ିତାଙ୍କ ପୋଷାକରେ ସିମେନ୍‌ ଦାଗ ଲାଗି ନଥିଲା : କେନ୍ଦ୍ରୀୟ ଫୋରେନ୍‌ସିକ ଲ୍ୟାବ ରିପୋର୍ଟ

କଟକ: ଓଡ଼ିଶା ପୁଲିସ ପକ୍ଷରୁ କୁନ୍ଦୁଲି ପୀଡ଼ିତାଙ୍କ ପୋଷାକର ଫୋରେନ୍ସିକ ଯାଞ୍ଚ ଲାଗି କୋଲକାତାର କେନ୍ଦ୍ରୀୟ ଫୋରେନ୍‌ସିକ ଲ୍ୟାବକୁ ପଠାଯାଇଥିଲା। ସୋମବାର ଏହି ରିପୋର୍ଟ ଓଡ଼ିଶା ପୁଲିସର ହସ୍ତଗତ ହୋଇଛି । କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଏକ ସେମାବାର ଏହି ରିପୋର୍ଟର ଫଳାଫଳ ଘୋଷଣା କରାଯାଇଛି। କ୍ରାଇମବ୍ରାଞ୍ଚ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ କହିଛନ୍ତି ଯେ କେନ୍ଦ୍ରୀୟ ଫୋରେନ୍‌ସିକ ଲ୍ୟାବ ରିପୋର୍ଟରେ ଏହା ସ୍ପଷ୍ଟ ଉଲ୍ଲେଖ କରାଯାଇଛି ଯେ କୁନ୍ଦୁଲି ପୀଡ଼ିତାଙ୍କ ପୋଷାକରେ ସିମେନ୍‌ ଦାଗ ଲାଗି ନ ଥିଲା ।

ସୂଚନାଯୋଗ୍ୟ, ୨୦୧୭ ଅକ୍ଟୋବର ୧୦ ତାରିଖରେ ପୀଡ଼ିତା ସ୍କୁଲରୁ ଘରକୁ ଫେରୁଥିବା ବେଳେ ନିଛାଟିଆ ରାସ୍ତାରେ ଗଣ ଦୁଷ୍କର୍ମରେ ଶିକାର ହୋଇଥିଲା। ବ୍ରହ୍ମପୁର ବଡ଼ ମେଡ଼ିକାଲର ଏକ ଡାକ୍ତରୀ ଦଳ ମାଧ୍ୟମରେ ତାଙ୍କର ଚିକିତ୍ସା କରାଯାଇଥିଲା। ଗଣଦୁଷ୍କର୍ମ ଘଟଣାରେ ସୁରକ୍ଷାକର୍ମୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଥିବାରୁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବିଭିନ୍ନ ମହଲରୁ ଅଭିଯୋଗ ହୋଇଥିଲା କି ଓଡ଼ିଶା ପୁଲିସ୍‌ ପକ୍ଷରୁ ପୀଡ଼ିତାଙ୍କ ପୋଷାକର ଫୋରେନ୍ସିକ ରିପୋର୍ଟକୁ ଚପାଇ ଦେଇ ସୁହାଇବା ଭଳି ତଥ୍ୟ ପ୍ରଦାନ କରାଯାଇଛି। ଶେଷରେ ପୀଡ଼ିତାଙ୍କ ପୋଷାକ ପରୀକ୍ଷା ପାଇଁ କୋଲକାତା କେନ୍ଦ୍ରୀୟ ଫୋରେନ୍‌ସିକ ଲ୍ୟାବରୁ ପଠାଇବାକୁ ପୋଲିସ୍‌ ଡିଜି ନିର୍ଦ୍ଦେଶ ଦେଇଥିଲେ। ଆଜି ଏହି ରିପୋର୍ଟ ଜାରି ହୋଇଛି। ଯେଉଁଥିରେ କୁନ୍ଦୁଲି ପୀଡିତାଙ୍କ ପୋଷାକରେ ସିମେନ ଦାଗ ନ ଥିବା ସ୍ପଷ୍ଟ ହୋଇଛି ବୋଲି କ୍ରାଇମବ୍ରାଞ୍ଚ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର