କୁନ୍ଦୁଲି ଘଟଣା: ହାଇକୋ‌ର୍ଟରୁ ମାମଲା ପ୍ରତ୍ୟାହାର କଲେ ପୀଡ଼ିତାଙ୍କ ଭାଇ

କଟକ : କୁନ୍ଦୁଲି ଗଣଦୁଷ୍କର୍ମ ଓ ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାର ସିବିଆଇ କିମ୍ବା ଉପଯୁକ୍ତ ଏଜେନ୍ସି ଦ୍ବାରା ତଦନ୍ତ ଦାବି କରି ଦାୟର ସମସ୍ତ ମାମଲାର ଆଜି ଶୁଣାଣି ହୋଇଥିବାବେଳେ ପୀଡିତାଙ୍କ ଭାଇ ଭଗବାନ ଛାତି ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କୁନ୍ଦୁଲି ଘଟଣା ସଂପର୍କିତ ଅନ୍ୟ ମାମଲା ଗୁଡିକର ଶୁଣାଣି ଅଗଷ୍ଟ ୨ରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ କୁନ୍ଦୁଲି ଘଟଣାର ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରି ପୀଡିତାଙ୍କ ଭାଇ ଭଗବାନ ଛାତି ପ୍ରଥମେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୁନ୍ଦୁଲି ସ˚ପର୍କିତ କେତେକ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାବେଳେ ସୁପ୍ରିମକୋର୍ଟ ଭଗବାନଙ୍କ ମାମଲାର ଶୁଣାଣି ଓଡ଼ିଶା ହାଇକୋର୍ଟରେ ହେବ ବୋଲି ନିର୍ଦ୍ଦେଶ ଦେଇଥିଲେ। ପୀଡ଼ିତାଙ୍କ ମା ଦମାଇ ଛାତି ମଧୢ ହାଇକୋର୍ଟରେ ପୃଥକ ମାମଲା ରୁଜୁ କରିଥିଲେ।

ଏଥିସହିତ , କୁନ୍ଦୁଲି ଘଟଣାକୁ ନେଇ ପୂର୍ବତନ ସା˚ସଦ ମହାମେଘବାହନ ଐର ଖାରବେଳ ସ୍ବାଇଁ, ଭାରତୀୟ ବିକାଶ ପରିଷଦର ସୁରେନ୍ଦ୍ର ପାଣିଗ୍ରାହୀ, ଆଇନଜୀବୀ ଅଚ୍ୟୁତାନନ୍ଦ ସ୍ବାଇଁ ପ୍ରମୁଖ ପୃଥକ ପୃଥକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ଏ ସଂପର୍କିତ ସମସ୍ତ ମାମଲାର ହାଇକୋର୍ଟରେ ଏକତ୍ର ଶୁଣାଣି ଚାଲିଥିବାବେଳେ ପୀଡ଼ିତାଙ୍କ ଭାଇ ଭଗବାନ ଆଜି ମାମଲା ପ୍ରତ୍ୟାହାର କରିଛନ୍ତି।

ସମ୍ବନ୍ଧିତ ଖବର