କୁନ୍ଦୁଲି ଗଣଦୁଷ୍କର୍ମ ମାମଲା : ଆଜି ସିଡବ୍ଲ୍ୟୁସିରେ ହାଜର ହେବେ ପୀଡ଼ିତା

କୋରାପୁଟ : କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ପୀଡିତାଙ୍କ ଚିକିତ୍ସା ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଜାରି ରହିଛି। ଗତକାଲି ପେଟବ୍ୟଥା ଓ ପରିଶ୍ରା ପୋଡାଜଳା ହେବାରୁ ମେଡିକାଲରେ ଭର୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଥିବାରୁ ଆସନ୍ତାକାଲି ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବାକୁ ଯୋଜନା କରାଯାଉଛି। ଏହାପରେ ତାଙ୍କୁ କୋରାପୁଟ ସିଡବ୍ଲ୍ୟୁସିଙ୍କ ନିକଟରେ ହାଜର କରାଯିବ। ପରିବାର ଲୋକଙ୍କୁ ହସ୍ତାନ୍ତର କରିବାକୁ ଆଲୋଚନା ମଧ୍ୟ ହେବ। ଯଦି ପରିବାର ଲୋକ ନେବାକୁ ମାନ କରି ଦିଅନ୍ତି ତାହାଲେ ଶିଶୁ ସୁରକ୍ଷା କର୍ତ୍ତୃପକ୍ଷ ପରବର୍ତୀ ନିଷ୍ପତ୍ତି ନେବେ। ତେବେ ତାଙ୍କୁ କୌଣସି ଅନାଥଶ୍ରମରେ ନରଖି ଚାଇଲ୍‌ଡ କେୟାରରେ ରଖାଯାଇ ପାରେ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଆଜି ମଧ୍ୟ ପୀଡିତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଇସିଜି, ଏକ୍ସ-ରେ, ରକ୍ତଚାପ ଓ ସ୍ନାୟୁର ଗତି ଆଦି ପରୀକ୍ଷା ପରେ ସବୁ ସ୍ୱାଭାବିକ ରହିଥିବା ଡାକ୍ତର କହିଛନ୍ତି। ତଥାପି ଆଉ ଗୋଟିଏ ଦିନ ମେଡିକାଲରେ ରଖାଯିବ। ଯଦି ପୀଡିତା ସୁସ୍ଥ ଅନୁଭବ କରୁଥିବା ନେଇ ପ୍ରକାଶ କରିବେ ତାହାଲେ ତାଙ୍କୁ ଡିସ୍‌ଚାର୍ଜ କରାଯିବ ବୋଲି ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ଦଧିବାମନ ତ୍ରିପାଠୀ ସୂଚନା ଦେଇଛନ୍ତି। ଅପରପକ୍ଷରେ ଚିକିତ୍ସାଧୀନ ପୀଡିତା ଘରକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। କିନ୍ତୁ ପରିବାର ଲୋକ ମନା କରୁଥିବାରୁ ସେ ଘରକୁ ଫେରିପାରୁ ନଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର