ଜୟପୁର : ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ପଞ୍ଚମ ପର୍ଯ୍ୟାୟ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। ଆଜି ବିଚାର ବିଭାଗୀୟ ତଦନ୍ତ କମିସନଙ୍କ ନିକଟରେ ଘଟଣାର ତଦନ୍ତକାରୀ ଅଧିକାରୀ ମମତାରାଣୀ ପଣ୍ଡା, ସ୍ୱାସ୍ଥ୍ୟକର୍ମୀ ଅନିମା ବେହେରା ଓ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ଅସିତ ପ୍ରଧାନଙ୍କ ବୟାନ ରେକର୍ଡ କରାଯାଇଛି। ଆସନ୍ତା ସପ୍ତାହରେ କମିସନଙ୍କ ନିକଟରେ ହାଜର ହେବାକୁ କୋବ୍ରା ବାଟାଲିୟନ ଅଧିକାରୀ ଏବଂ ଡାକ୍ତରଙ୍କୁ ସମନ ହୋଇଛି। ଜୟପୁର ସ୍ଥିତ ଜିଲ୍ଲା ଜଜ୍ଙ୍କ କୋର୍ଟ ପରିସରରେ ଏହି ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଚାଲିଥିବା ବେଳେ ଆଜି କମିସନ ମୁଖ୍ୟ ବି.କେ. ମିଶ୍ରଙ୍କ ସମେତ କମିସନଙ୍କ ସଚିବ ହିମାଂଶୁ ଶେଖର ବିଶ୍ୱାଳ ଓ ସରକାରୀ ଓକିଲ ପ୍ରଭାକର ପଟ୍ଟନାୟକ ଏହି ସାକ୍ଷ୍ୟ ଗ୍ରହଣ ସମୟରେ ଉପସ୍ଥିତ ଥିଲେ।
କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା : ତଦନ୍ତ କମିସନଙ୍କ ସାକ୍ଷ୍ୟ ଗ୍ରହଣ
/sambad/media/post_attachments/wp-content/uploads/2018/07/kunduli.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)