କୁନ୍ଦୁଲି ଦୁଷ୍କର୍ମ ମାମଲା: ୩ ଜଣଙ୍କ ସାକ୍ଷ୍ୟ ଗ୍ରହଣ

ଜୟପୁର : ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣ ଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ ସମ୍ମୁଖରେ ଆଜି ୩ ଜଣ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଆଜି ଜଣେ ଥାନା ଅଧିକାରୀ, ଜଣେ ଡାକ୍ତର, ସ୍ୱେଚ୍ଛାସେବୀ ଅନୁଷ୍ଠାର କର୍ମଚାରୀ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଏଥିସହ ଆଜି ୪ର୍ଥ ପର୍ଯ୍ୟାୟରେ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। କୋରାପୁଟ ଜିଲ୍ଲା କୁନ୍ଦୁଲି ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗତବର୍ଷ ଅକ୍ଟୋବର ୧୦ ତାରିଖରେ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ଚାଲିଥିବା ବେଳେ ଆଜି ଚତୁର୍ଥ ପର୍ଯ୍ୟାୟରେ ପଟାଙ୍ଗୀ ଥାନା ଅଧିକାରୀ ଦେବ କୁମାର ଗମାଙ୍ଗ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲାଇଫ ଫାଉଣ୍ଡସେନର କେୟାରଟେକର ସଂଯୁକ୍ତା ନାଇଡୁ ଓ କୁନ୍ଦୁଲି ଡାକ୍ତରଖାନାର ଡାକ୍ତର ପ୍ରିନ୍ସ ପରିଡା ସାକ୍ଷୀ ଦେଇଛନ୍ତି।

ସମ୍ବନ୍ଧିତ ଖବର