ଜୟପୁର: ଶନିବାର ଦିନ ରକ୍ତବାନ୍ତି କରିବାରୁ କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତା ନାବାଳିକାକୁ ରାତାରାତି କଟକସ୍ଥିତ ଏସ୍ସିବି ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଛି।
ସିଡବ୍ଲୁସି ପକ୍ଷରୁ କୋଟ୍ପାଡ୍ର ଏକ ସଦନରେ ରଖାଯାଇଥିବା ନାବାଳିକା ଗଣଦୁଷ୍କର୍ମ ପୀଡ଼ିତା ଗତକାଲି ଅପରାହ୍ଣରେ ବାନ୍ତି କରିଥିଲେ ଏବଂ ସେଥିରେ ରକ୍ତ ପଡ଼ିଥିଲା। ଚିକିତ୍ସା ନିମନ୍ତେ ତୁରନ୍ତ ତାଙ୍କୁ କୋରାପୁଟ୍ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜକୁ ନିଆଯାଇଥିଲା।
ସେଠାରେ ଆଉ ଦୁଇ ତିନ ଥର ରକ୍ତବାନ୍ତି କରିବାରୁ ପୀଡ଼ିତାଙ୍କୁ ବିଳମ୍ବିତ ରାତ୍ରୀରେ କଟକସ୍ଥିତ ଏସ୍ସିବି ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/Special.jpg)