କଟକ : କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ପୀଡ଼ିତାଙ୍କୁ ଆଜି ଏସ୍ସିବି ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ପୀଡ଼ିତାଙ୍କର ବାନ୍ତିରେ ରକ୍ତ ପଡ଼ିଥିବାରୁ ତାଙ୍କୁ କୋରାପୁଟ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କର ଏଣ୍ଡୋସ୍କୋପି ହେବା ସୁବିଧା ନଥିବାରୁ କଟକ ବଡ଼ ମେଡିକାଲ୍ ଅଣାଯାଇଥିବା କୋରାପୁଟ ଡିସିପିଓ ରାଜଶ୍ରୀ ଦାସ ସୂଚନା ଦେଇଛନ୍ତି। ଆଜି ଅପରାହ୍ନରେ ପୀଡ଼ିତା ବଡ଼ ମେଡିକାଲ୍ କାଜୁଆଲ୍ଟିରେ ପହଞ୍ଚିବା ପରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଆଜି ଇଏନ୍ଟି ଓ ପଲ୍ମୁନାରୀ ମେଡିସିନ୍ ବିଭାଗର ଡାକ୍ତରମାନେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିବାବେଳ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ଦିଆଯାଇଛି। ପରେ ପୀଡ଼ିତାଙ୍କୁ ଆଇସିସିୟୁକୁ ପଠାଇ ଦିଆଯାଇଛି। ଆସନ୍ତାକାଲି ଏଣ୍ଡୋସ୍କୋପି କରାଯିବ ବୋଲି କୋରାପୁଟ ସିଡିପିଓ ସୂଚନା ଦେଇଛନ୍ତି। ଏଣ୍ଡୋସ୍କୋପି କରାଯିବା ପରେ ନ୍ୟୁରୋଲୋଜି, ସାଇକାଟ୍ରିକ୍ ଓ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ଡାକ୍ତରଙ୍କ ଦ୍ୱାରା ତାଙ୍କର ପରବର୍ତ୍ତୀ ପରୀକ୍ଷା କରାଯିବ ବୋଲି ମେଡିକାଲ ସୂତ୍ରରୁ ଜଣାପଡ଼ିଛି।
ଏସ୍ସିବିରେ କୁନ୍ଦୁଲି ଦୁଷ୍କର୍ମ ପୀଡ଼ିତା
/sambad/media/post_attachments/wp-content/uploads/2017/11/kunduli-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)