କୁନ୍ଦୁଲି ଗଣଦୁର୍ଷ୍କମ ଓ ଆତ୍ମହତ୍ୟା ମାମଲା : ସରିଲା ସାକ୍ଷ୍ୟଗ୍ରହଣ, ୨୯ରେ ଯୁକ୍ତି ଉପସ୍ଥାପନ

ଜୟପୁର : କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ଆଜି ଶେଷ ତଥା ଅନ୍ତିମ ପର୍ଯ୍ୟାୟର ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। ଆଜି କଟକ ଏସସିବି ମେଡିକାଲ କଲେଜର ପ୍ରଫେସର ପ୍ରମୋଦ ପାଢୀ କୁନ୍ଦୁଲି କମିଶନଙ୍କ ନିକଟରେ ଉପସ୍ଥିତ ରହି ସରକାରଙ୍କ ପକ୍ଷରୁ ସାକ୍ଷ୍ୟ ଦେଇଛନ୍ତି। ତେବେ କମିଶନ ନିକଟରେ ୧୫ଜଣ ସରକାରୀ କର୍ମଚାରୀ ଓ ୪ଜଣ ପରିବାରବର୍ଗଙ୍କ ଠାରୁ ସାକ୍ଷ୍ୟ ଗ୍ରହଣ କରାଯାଇଛି। ସରକାରୀ କର୍ମଚାରୀଙ୍କ ମଧ୍ୟରେ ପୀଡିତାଙ୍କୁ ଚିକିତ୍ସା କରିଥିବା ଡାକ୍ତର, ପୁଲିସ କର୍ମଚାରୀ, କୋବ୍ରା ବାହିନୀ କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ ଓ ଏନଜିଓ ସଂସ୍ଥା କର୍ମଚାରୀ ରହିଛନ୍ତି। ଚଳିତମାସ ୨୯ ତାରିଖରେ କମିଶନଙ୍କ ପକ୍ଷରୁ ଏନେଇ ଆଇନଗତ ଯୁକ୍ତି ଓ ବିତର୍କ ଶେଷ ହେବା ପରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ କମିଶନ ସରକାରଙ୍କୁ ରିପୋର୍ଟ ଦେବା ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର