କଟକ : କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ପୀଡିତାଙ୍କ ଆତ୍ମହତ୍ୟା ସଂପର୍କିତ ମାମଲାରେ ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପୀଡିତାଙ୍କ ଭାଇ ଭଗବାନ ଛାତି, ଉତ୍କଳ ଭାରତର ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ମହାମେଘବାହନ ଐର ଖାରବେଳ ସ୍ୱାଇଁ, ପୀଡିତାଙ୍କ ମା’ ଦମାଇ ଛାତିଙ୍କ ଆବେଦନ ସହିତ ଏ ସଂପର୍କିତ ଅନ୍ୟ ମାମଲା ଗୁଡିକର ଶୁଣାଣି କରି ରାଜ୍ୟ ଗୃହ ସଚିବ, ପୁଲିସ ଡିଜି, କୋରାପୁଟ ଏସପି, ପଟାଙ୍ଗୀ ଥାନା ଅଧିକାରୀ, ରାଜ୍ୟ କ୍ରାଇମବ୍ରାଞ୍ଚ ଓ ସିବଆଇକୁ ନୋଟିସ୍‌ ଜାରି କରିଛନ୍ତି। ଏ ସଂପର୍କିତ ସମସ୍ତ ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୩ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ଏଥି ପୂର୍ବରୁ ଜବାବ ରଖିବାକୁ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଭଗବାନ ଛତିଙ୍କ ପକ୍ଷରୁ ବିରିଷ୍ଠ ଆଇନଜୀବୀ ନରେନ୍ଦ୍ର ହୁଡା, ଶ୍ରୀ ସ୍ୱାଇଁଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, ଅନ୍ୟ ଆବେଦନକାରୀଙ୍କ ତରଫରୁ ଗୌତମ ସିଦ୍ଦିକି, ସେବତୀ ସୋରେନ, ଅନ୍ତର୍ଯ୍ୟାମୀ ସ୍ୱାଇଁ, ଅସ୍ମିୟ ରଂଜନ ମାଝୀ ପ୍ରମୁଖ ମାମଲା ପରିଚାଳନା କରୁଛନ୍ତି।

Advertisment