କୁନ୍ଦୁଲି ପୀଡ଼ିତା ଘଟଣାରେ କମିସନ୍‌ଙ୍କ ରିପୋର୍ଟଙ୍କୁ ବିରୋଧ

ଭୁବନେଶ୍ବର : କୁନ୍ଦୁଲି ପୀଡ଼ିତା ଘଟଣାରେ ତଦନ୍ତ କମିସନ୍‌ ଦେଇଥିବା ରିପୋର୍ଟ ଅବାସ୍ତବ ବୋଲି କହିଛି ଦଳିତ, ଜନଜାତି ଓ ଅନଗ୍ରସର ବର୍ଗ ମିଳିତ ମହାମଞ୍ଚ। ଏହା ସହ ପୀଡ଼ିତାଙ୍କ ମୂର୍ତ୍ତି ଭାଙ୍ଗିବା ପାଇଁ କମିସନ୍‌ କରିଥିବା ସୁପାରିସ୍‌କୁ ମଧ୍ୟ ମହାମଞ୍ଚ ବିରୋଧ କରିଛି।

ମହାମଞ୍ଚର ସଭାପତି ଅଶୋକ କୁମାର ମଲ୍ଲିକ, କାର୍ଯ୍ୟକାରୀ ସଭାପତି ବନ୍ଧୁ ସେଠୀ ଓ ରାଜ୍ୟ ସଂଯୋଜକ ଲକ୍ଷ୍ମଣ ମଲ୍ଲିକ କହିଛନ୍ତି, ସୁରକ୍ଷା କର୍ମୀ ପୋଷାକ‌େର ଥିବା ୪ ଜଣ ଲୋକଙ୍କ ଦ୍ବାରା ଦୁଷ୍କର୍ମର ଶୀକାର ହେବା ପରେ କୁନ୍ଦୁଲିର ନିରୀହ ଛାତ୍ରୀ ଜଣକ ନ୍ୟାୟ ପାଇବା ନିମିତ୍ତ ସଂଗ୍ରାମ କରି ପ୍ରଶାସନ ଦ୍ବାରା ବାରମ୍ବାର ନିର୍ଯାତିତା ହୋଇ ଶେଷରେ ଜୀବନ ହାରିବାକୁ ବାଧ୍ୟ ହେଲା। କିନ୍ତୁ ତଦନ୍ତ କମିସନ୍‌ଙ୍କ ରିପୋର୍ଟ ଆଶ୍ଚର୍ଯ୍ୟଜନକ। ପୀଡ଼ିତା କାହିଁକି ଆତ୍ମହତ୍ୟା କଲେ, ସେ ବିଷୟରେ ନିଜେ ବଞ୍ଚିଥି‌େଲ କହିଥା’ନ୍ତା ଓ ଏହା ଅଧିକ ତଦନ୍ତ ସାପେକ୍ଷ ବୋଲି କମିସନ୍ କହିଛନ୍ତି। ତେବେ କମିସନ୍ କ’ଣ ପାଇଁ ବସିଥିଲା ବୋଲି ମହାମଞ୍ଚ ପ୍ରଶ୍ନ କରିଛି।

ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ବିଚାର ବିଭାଗୀୟ କିମ୍ବା ସିବିଆଇ ଦ୍ବାରା ଏହାର ତଦନ୍ତ କରିବା ସହ ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ସହାୟତା ତୁରନ୍ତ ଯୋଗାଇ ଦେବା ପାଇଁ ସରକାରଙ୍କ ନିକଟରେ ମହାମଞ୍ଚ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର