ଭୁବନେଶ୍ବର: କୁନି କୁନି ପିଲାମାନଙ୍କ ମନରେ ଈଶ୍ୱରୀୟ ଭାବନା ଭରିଦେଇ ସେମାନଙ୍କ ଓଠରେ ଚେନାଏ ହସ ଖେଳେଇବା ପାଇଁ ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷ୍ୟେ ରେଡ଼ିଓ ଚକ୍ଲେଟ୍ ତରଫରୁ ଆୟୋଜନ କରାଯାଇଥିଲା କାହ୍ନା ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଶତାଧିକ ଛୋଟ ଛୋଟ ପିଲା ଭାଗ ନେଇଥିଲେ । ନିଜକୁ କାହ୍ନା ରୂପରେ ସଜେଇ ଗୋଟିଏ ସଂଳାପ କହିଥିବାର ଭିଡିଓକୁ ପ୍ରତିଯୋଗୀମାନେ ରେଡିଓ ଚକ୍ଲେଟ୍କୁ ପଠାଇଥିଲେ। ପ୍ରତିଯୋଗୀଙ୍କ ମଧ୍ୟରୁ ଶ୍ରେଷ୍ଠ ଦଶ ଜଣ ବିଜେତା ବଛା ଯାଇଥିଲା । ସେମାନେ ହେଲେ ସିଦିକ୍ଷ୍ୟା ମହାପାତ୍ର, ସୂର୍ଯ୍ୟାଶଂ ମହାରଣା, ପ୍ରୀୟାଂଶୀ ଜେନା, ଅର୍ଚ୍ଚିଷ୍ମାନ ମହାପାତ୍ର, ପ୍ରଜ୍ଜ୍ୱଳ ମହାପାତ୍ର, ସାନଭି ତନୟା ବିଶ୍ୱାଳ, ରିଥିକ୍ ରାଜ ପଣ୍ଡା, ହିଂମାଶୁ ଶେଖର ପାଣିଗ୍ରାହୀ, ବିଶ୍ୱଜିତ୍ ବାରିକ୍ ଏବଂ ସାଇସ୍ୱରୂପ ଦାସ । ଏହି ବିଜେତାମାନଙ୍କୁ ସୋମବାର ଦିନ ସମ୍ବାଦ ଭବନ ପରିସରରେ ରୁଚି ଫୁଡ୍ଲାଇନ୍ର ମାର୍କେଡିଂ ହେଡ୍ ଦେବଦତ୍ତ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରେଡିଓ ଚକ୍ଲେଟ୍ର ଆର୍ଜେ ଅନିଲ୍ ଏବଂ ସହଯୋଗ କରିଥିଲେ ପବିତ୍ର କୁମାର ସେଠୀ, ବିମଲ ଦାଶ ଓ ହରପ୍ରିୟା ସାହୁ । ଟିକି ଟିକି ପିଲାମାନଙ୍କ ହାତରେ ପୁରସ୍କାର, ଓଠରେ ହସ ଦେଖି ସେମାନଙ୍କର ଅଭିଭାବକମାନେ ରେଡିଓ ଚକ୍ଲେଟ୍ର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।
ରେଡିଓ ଚକ୍ଲେଟ୍ରେ କୁନି କାହ୍ନା ପାଇଲେ ପୁରସ୍କାର
/sambad/media/post_attachments/wp-content/uploads/2021/09/fhsfhsfhsfh6sfh6sfh654sf65hshshhs.jpg)