ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍‌ରେ କୁନି ପ୍ରତିଭା ଅନନ୍ୟା 

ପୋଲସରା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଷଣ୍ଢମୂଳ ଗ୍ରାମର ରମେଶ ଚନ୍ଦ୍ର ସ୍ବାଇଁ ଓ ସୁନୀତା ପରିଡ଼ାଙ୍କ ଝିଅ ଅନନ୍ୟା ପ୍ରିୟଦର୍ଶିନୀ ସ୍ବାଇଁ। ବୟସ ମାତ୍ର ୪ ବର୍ଷ ୯ ମାସ। କିନ୍ତୁ ‌ଏତେ କମ୍ ବୟସରେ ଅନନ୍ୟାର ବିଚକ୍ଷଣ ବୁଦ୍ଧି ଓ ତା’ର ଅବିଶ୍ବସନୀୟ ପ୍ରତିଭା ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ଏଥିପାଇଁ ତା’ର ନାମ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍‌ରେ ସ୍ଥାନିତ ହୋଇଛି।

ପୋଲସରା ବ୍ଲକ୍ ହାତୀଓଟ ହାଇସ୍କୁଲ୍‌ରେ ସଂସ୍କୃତ ଶିକ୍ଷକ ଭାବେ କାର୍ଯ୍ୟରତ ରମେଶଙ୍କ ଝିଅ ଅନନ୍ୟା ଆଖିରେ କଳାପଟି ବନ୍ଧା ହୋଇଥାଇ ୩ ମିନିଟ୍‌ରୁ କମ୍ ସମୟ ଭିତରେ ସମସ୍ତ ଜଟିଳ ପ୍ରଶ୍ନର ଉତ୍ତର ଦେଇପାରୁଛି। ନିଜର ଆତ୍ମପରିଚୟ ସମେତ ୧୨ଟି ପ୍ରଶ୍ନର ଉତ୍ତର ଦେଇପାରିବା ସହ ୧୦ଟି ରାଜ୍ୟର ରାଜଧାନୀ, ୧୦ଟି ଦେଶର ରାଜଧାନୀ, ୬ଟି ଗୁଣନ ଖନ୍ଦା କହିପାରୁଛି। କେବେ ଏତିକି ନୁ‌ହେଁ, ସମ୍ପୂର୍ଣ୍ଣ ଶିବ ସ୍ତୋତ୍ରମ୍ ଆବୃତ୍ତି କରୁଛି।  ଏହି ବିରଳ କୃତିତ୍ବ ପାଇଁ ପ୍ରିୟଦର୍ଶିନୀର ନାମ ଇଣ୍ଡିଆ ବୁକ୍ ଅଫ୍ ‌ରେକର୍ଡ଼ସରେ ସ୍ଥାନିତ ହୋଇଛି। ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ହାତୀଓଟ ଗଙ୍ଗାଧର ସାହୁ ବିଜ୍ଞାନ ମହାବିଦ୍ୟାଳୟରେ ଅନନ୍ୟାକୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସର ସ୍ବର୍ଣ୍ଣପଦକ ଏବଂ ପ୍ରମାଣପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। ଏହାସହ ତା’ର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

ସମ୍ବନ୍ଧିତ ଖବର