ଭୁବନେଶ୍ୱର: ଗତ ନିର୍ବାଚନରେ ସୁନ୍ଦରଗଡ଼ରୁ ବିଜୁ ଜନତା ଦଳର ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା କୁସୁମ ଟେଟେ ଆଜି ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଥିବା ଜଣାଯାଇଛି।କୁସୁମ ଟେଟେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ଏଥର ବିଧାନସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତି ନେଇଥିବା ହେତୁ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନିଜର ବ୍ୟକ୍ତିଗତ କାରଣରୁ ଏହି ପଦବୀ ଛାଡ଼ିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ କଂଗ୍ରେସ ଦଳରୁ ଇସ୍ତଫା ଦେବାପରେ ଯୋଗେଶ ସିଂହ ବିଜେଡିରେ ଯୋଗ ଦେବାପରେ ସୁନ୍ଦରଗଡ଼ରେ ବିଜେଡିରେ ବିବାଦ ଦେଖା ଦେଇଥିଲା।