ବିିଧାନସଭା ଅଧିବେଶନ ପୂର୍ବରୁ ବଦଳିବେ ବିରୋଧୀଦଳ ନେତା, ବିଜେପି ବିଧାୟିକା କୁସୁମ ଟେଟେଙ୍କ ସୂଚନା

ଭୁବନେଶ୍ବର: ବିଧାନସଭା ଅଧିବେଶନ ପୂର୍ବରୁ ବିରୋଧୀଦଳ ନେତା ବଦଳିବେ ସୁନ୍ଦରଗଡ଼ର ବିଜେପି ବିଧାୟିକା କୁସୁମ ଟେଟେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଅନୁପସ୍ଥିତି ଯୋଗୁଁ ଦଳକୁ ବିଧାନସଭାରେ ବିଜେପି ବିଧାୟକମାନଙ୍କୁ ଉପଯୁକ୍ତ ଗୁରୁତ୍ବ ମିଳୁନି। ଏଣୁ ତାଙ୍କୁ ବଦଳାଇବା ଲାଗି ଓଡ଼ିଶାର ବିଜେପି ବିଧାୟକମାନେ ଦିଲ୍ଲୀରେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟି ପ୍ରସ୍ତାବ ଦେଇଛନ୍ତି। ଏବିଷୟରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ମଧ୍ୟ ବିଧାୟକମାନେ ଭେଟି ଅବଗତ କରାଇଛନ୍ତି। ଉଭୟ ରାଜ୍ୟ ଓ ରାଷ୍ଟ୍ରୀୟ ସଭାପତି ବିଧାନସଭା ଅଧିବେଶନ ପୂର୍ବରୁ ବିରୋଧୀଦଳ ନେତାଙ୍କୁ ବଦଳାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

କୁସୁମ ଟେଟେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ଦଳରେ ୨୨ ଜଣ ବିଧାୟକ ଅଛନ୍ତି, ସେଥିମଧ୍ୟରୁ ଅନେକ ବରିଷ୍ଠ ଓ ଅଭିଜ୍ଞ ନେତା ଅଛନ୍ତି। ଏଣୁ ଯାହାଙ୍କୁ ବି ବିରୋଧୀଦଳ ନେତା ଭାବେ ଦାୟିତ୍ବ ଦିଆଗଲେ ଚଳିବ।

ସମ୍ବନ୍ଧିତ ଖବର