ସୁନ୍ଦରଗଡ଼: ଗତକାଲି ସନ୍ଧ୍ୟାରେ ଗୋଚାଲାଣକୁ ନେଇ କୁତ୍ରା ଥାନା ଖତକୁରଵାହାଲରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଗୋଚାଲାଣକୁ ବିରୋଧ କରୁଥିବା ଗୋଷ୍ଠୀର ୨ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହେବା ପରେ ଉତ୍ତେଜନା ଵୃଦ୍ଧି ପାଇଛି। ଅନ୍ୟପଟେ ଏହାର ପ୍ରତିବାଦରେ ଵଜରଙ୍ଗ ଦଳ କୁତ୍ରା ଥାନା ଘେରିଛି। ଏସପି ସାଗରିକା ନାଥଙ୍କ ନେତୃତ୍ବରେ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଵୁଝାଶୁଝା କରୁଛନ୍ତି। ଖତକୁରଵାହାଲ ଓ ଥାନାରେ ବ୍ୟାପକ ପୁଲିସ ମୁତୟନ ହୋଇଛି।
ଗୋଚାଲାଣକୁ ନେଇ ଗୋଷ୍ଠୀ ସଂଘର୍ଷ : ୨ ଅପହୃତ, ପ୍ରତିବାଦରେ କୁତ୍ରା ଥାନା ଘେରାଉ
/sambad/media/post_attachments/wp-content/uploads/2020/12/t-36.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)