ରିଆମାଳ: ଜଙ୍ଗଲରୁ ବେଆଇନ କୁଟୁରା ଶିକାର କରିବା ଅଭିଯୋଗରେ ବୁଧବାର ରିଆମାଳ ବନ ବିଭାଗ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ପାଖରୁ କୁଟୁରା ମାଂସ, ବ୍ୟବହାର ହେଉଥିବା ଅସ୍ତ୍ର, ଓଜନ ଯନ୍ତ୍ର ଓ ତାର ଜବତ କରାଯାଇଛି। ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ ମଙ୍ଗଳବାର ରିଆମାଳ ବନାଞ୍ଚଳ ଅନ୍ତର୍ଗତ କଂସର ସଂରକ୍ଷିତ ଜଙ୍ଗଲରୁ କୁଟୁରା ଶିକାର ହୋଇଥିଲ। ଏ ନେଇ ବନ ବିଭାଗ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ରିଆମାଳ ଥାନା ଦଶଘରିଆ ଗ୍ରାମରେ କୁଟୁରା କାଟୁଥିବା ନେଇ କୌଣସି ସୂତ୍ରରୁ ସୂଚନା ମିଳିଥିଲା।
ରେଞ୍ଜର୍ ନିରଞ୍ଜନ ଧରୁଆଙ୍କ ନିର୍ଦ୍ଦେଶରେ ଫରେଷ୍ଟର ଦୟାସାଗର ପ୍ରଧାନ, ଫରେଷ୍ଟଗାର୍ଡ ବାହାନ ବେହେରା, ସିମଲଇ ଫରେଷ୍ଟ ଗାର୍ଡ ଯଶୋବନ୍ତ ଦାସ ସଦଳବଳେ ଦଶଘରିଆ ଗ୍ରାମରେ ଚଢ଼ଉ କରିଥିଲେ। ଗ୍ରାମର ପୁପୁ ପ୍ରଧାନ (୪୨)ଙ୍କ ଘରେ ସନ୍ଧ୍ୟା ୬ ଟାରେ ମାସ କାଟୁଥିବା ବେଳେ ବନ ବିଭାଗ ଚଢଉ କରିଥିଲା। ଘଟଣାସ୍ଥଳରେ ପୁପୁ ଓ ତାର ସହଯୋଗୀ ସେହି ଗ୍ରାମର କଳ୍ପତରୁ ମହାକୁଳ (୫୯)କୁ ଗିରଫ କରାଯାଇଥିଲା। ଘଟଣାସ୍ଥଳରୁ ୨ କେଜି ମାଂସ, ମୁଣ୍ଡ, ଚମଡ଼ା, ଟାଙ୍ଗିଆ, ପନିକି ଓ ବିଦ୍ୟୁତ ଫାଶ ଜବତ କରାଯାଇଛି। ଏନେଇ ବନ ବିଭାଗ ତଦନ୍ତ ଜାରି ରଖିଛି। ବୁଧବାର ସେମାନଙ୍କୁ ରିଆମାଳ ଜେଏମ୍ଏଫସି କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ରିଆମାଳ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ସ୍ୱପ୍ନେଶ୍ୱର ନାଏକ ବ୍ୟବଚ୍ଛେଦ କରିବା ପରେ ପୋତି ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/20-12.jpg)