ଏଲ୍‌ ଆଦିମୁଲମ ଆଇଏନ୍‌ଏସ୍‌ର ସଭାପତି, ସମାହିତ ବଳ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ

ଭୁବନେଶ୍ୱର : ଇଣ୍ଡିଆନ ନ୍ୟୁଜ୍‌ ପେପର ସୋସାଇଟି (ଆଇଏନ୍‌ଏସ୍‌) ର ନୂଆ ସଭାପତି ଭାବେ ‘ହେଲ୍ଥ ଆଣ୍ଡ ଆଣ୍ଟିସେପ୍ଟିକ୍‌’ର ଏଲ୍‌ ଆଦିମୁଲମ ନିର୍ବାଚିତ ହୋଇଛନ୍ତି। ସେହିପରି ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସମାହିତ ବଳ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ଏଥିସହିତ ଆନନ୍ଦ ବଜାର ପତ୍ରିକାର ଡିଡି ପୁରକାୟସ୍ଥ ଡେପୁଟି ପ୍ରେସିଡେଣ୍ଟ, ଇକୋନୋମିକ ଟାଇମ୍ସର ମୋହିତ ଜୈନ ଉପସଭାପତି, ଆଜ ସମାଜର ରାକେଶ ଶର୍ମା ଅବୈତନିକ କୋଷାଧ୍ୟକ୍ଷ, ମହାସଚିବ ଭାବରେ ମିସ୍‌ ମେରି ପଲ ନିର୍ବାଚିତ ହୋଇଛନ୍ତି। କାର୍ଯ୍ୟନିର୍ବାହୀ କମିଟିକୁ ମୋଟ ୪୧ ଜଣ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ବେଙ୍ଗାଲୁରୁଠାରେ ଆଇଏନ୍‌ଏସ୍‌ର ୮୧ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦେଶର ଖବରକାଗଜ, ମାଗାଜିନ ଏବଂ ପାକ୍ଷିକ ସମ୍ବାଦପତ୍ରର ପ୍ରକାଶକ ଯୋଗ ଦେଇଥିଲେ। ବୈଠକରେ ୨୦୨୦-୨୧ ବର୍ଷପାଇଁ ଆଇଏନଏସର କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା।

ସମ୍ବନ୍ଧିତ ଖବର